STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

କଲମ ନୁହେଁ ମୁଁ ଅସ୍ତ୍ରଟିଏ

କଲମ ନୁହେଁ ମୁଁ ଅସ୍ତ୍ରଟିଏ

1 min
461


'ରାଜା ସିନା ପୂଜା ପାଏ ଆପଣା ଦେଶରେ

କବି ପୂଜା ପାଉଥାଏ ଦେଶ ବିଦେଶରେ।'

ଅସିଠାରୁ ମସୀ ବଡ ସ୍ୱୀକାର୍ଯ୍ୟ ଏ ସତ୍ୟ

ଅସିର ଭୂମିକା ବଳ ପ୍ରୟୋଗ ପ୍ରତ୍ୟକ୍ଷ।

ମସୀ ମୁହିଁ ସମାଜର ପରୋକ୍ଷ ଚାଳକ

ମୁହିଁ ସାଜେ ନବ ନବ ଉନ୍ମେଷ କାରକ ।

ଚରକ ଶୁଶ୍ରୁତ ବାଲମିକ ବେଦବ୍ୟାସ

ବରାହମିହିର ଭବଭୁତି କାଳିଦାସ ।

ପ୍ଲାଟୋ ଗାଲିଲିଓ ଆର୍କମେଡିସ୍ ନିଉଟନ

ୱାଡସୱାର୍ଥ କାମୁ କାଫକା ସେଲି ବାଇରନ ।

ଘରେ ଘରେ ପରିଚିତ ହେଲେ ମୋ ବଳରୁ

ମନର ଭାଷା ଲେଖନ ରୂପ ଘେନିବାରୁ। 

ବେଦୋପନିଷଦ ପୁରାଣର ନୀତି ବାଣୀ 

ଦାର୍ଶନିକ ଚିନ୍ତାଧାରା ତର୍କ ଶାସ୍ତ୍ର ପୁଣି ।

ବିଦ୍ୟା ଅଧ୍ୟାୟନ ଗଳ୍ପ ଉପନ୍ୟାସ ଗୀତ

ଇତିହାସ ନୁରୁତତ୍ତ୍ୱ ପତ୍ରାଚାର ମତ ।

ସମ୍ବାଦ ପ୍ରସରି ଯାଏ କୋଣେ ଅନୁକୋଣେ

ସେସବୁର ମୂଳ ମନ୍ତ୍ର ମୁହିଁ ଏକା ଜଣେ ।

ବିଜ୍ଞାନର ଅଗ୍ରଗତି ନବ ଉଦ୍ଭାବନ 

ଆଇନ କାନୁନ ଗତି କରେ ନିର୍ଦ୍ଧାରଣ । 

ମୁଁ ଯଦି ଶିଥିଳ ହୁଏ ସମାଜ ପତନ

ତେଜସ୍ମାନ ହେଲେ ମୁହିଁ ବିକାଶ ଚଳନ ।

ମୋ ରୂପ ବଦଳି ମୋବାଇଲ କମ୍ପ୍ୟୁଟର 

କି ବୋର୍ଡ ଜୟ ଷ୍ଟିକ୍ ଭଏସ୍ ରେକର୍ଡର । 

ଶରୀରରୁ ଆଶରୀରୀ ହେଉଛି ମୁଁ ଧୀରେ

କ୍ଷମତା ବଢୁଛି ମୋର ମୋ ଅଜାଣତରେ ।

ୱାଟସାପ୍ ଫେସବୁକ୍ ଟ୍ୱିଟର୍ ଇନଷ୍ଟାଗ୍ରାମ୍

କ୍ଷୀପ୍ରଗତିରେ ବାରତା ବଢେ ମୋର ଦାମ୍ ।

କଲମ ନୁହେଁ ମୁଁ ଅସ୍ତ୍ର ଠାରୁ ବଡ ଅସ୍ତ୍ର 

ମହାବଳୀ ଶସ୍ତ୍ର ଠାରୁ ମୁହିଁ ବଡ ଶସ୍ତ୍ର। 

        


Rate this content
Log in

Similar oriya poem from Inspirational