STORYMIRROR

Er. Prakash Majhi

Inspirational

3  

Er. Prakash Majhi

Inspirational

✒କଲମ ମୋହର ମଲମ✒

✒କଲମ ମୋହର ମଲମ✒

1 min
248

ସଂଗ୍ରାମୀ ଜୀବନ ଶିକ୍ଷାଳୟ ସମ

ଅନୁଭବେ ଅଭିଜ୍ଞତା,  

କଲମ ସାଜିଛି ମଲମ ମୋହର 

ପରକାଶେ ନୀରବତା ॥

ଜୀବନ ନୁହଁଇ, ତୁଳୀ ତଳ୍ପ ଶେଯ

ବିଳାସର ବୃନ୍ଦାବନ, 

ପ୍ରତି ପାଦେ ପାଦେ, ବିପଦ ପସରା

କାଳ ଗର୍ଭେ ଅଛି ଜାଣ ll

ଜୀବନ ଯନ୍ତ୍ରଣା, ସଂଘର୍ଷ ମୟସେ 

କେତେ ଅଙ୍କାବଙ୍କା ପଥ, 

କେତେ ଝଡ଼ ଝଞ୍ଜା,କେତେ ଛକାପଞ୍ଝା 

ଉଠା ପକା ତୀକ୍ତ ଚିତ୍ର ll

କେତେ ଶଠ,ସାଥେ, 

ଭଣ୍ଡାମୀ ଗୁଣ୍ଡାମୀ

ପ୍ରୀତି, ପ୍ରତାରଣା ଖେଳ, 

ଆଦୁର୍ଷ୍ୟର ମାୟା, ଭଉତିକ କାୟା 

ତାର ଦେହେ ଆସେ କାଳ ll

ସରଳିଆ ଏଠି, ହାର ମାନିଯାଏ 

ବିବେକ କରେନି କାମ, 

ଅମାୟକ ଦେଖି, ଗରଳଟି ଯୋଖି  

କୁଟିଳରେ ରାମ ରାମ ll

ବଞ୍ଚିବା ସହିତ, ଜୀବନ ଜୀବିକା 

ପ୍ରତିଠି ସଂଗ୍ରାମ ଲୋଡ଼ା, 

ସଂଗ୍ରାମ ବିହୀନ, ମଣିଷଟି ପରା 

ସଦା ଅଖୋଜା ଅଲୋଡ଼ା ll

ନୁହେଁ ସତ୍ୟ ଯୁଗ, ଏତ କଳି ଯୁଗ 

କରାଳ ପ୍ରଳୟ ବଢେ, 

ନ୍ୟାୟ,ନୀତି, ଧର୍ମ,ସରି ସରି ଆସେ 

ଅପଥରେ ପଥ ହୁଡେ ll

ହକ,ସ୍ୱାଧୀନତା, ଅଧିକାର ପନ୍ଥା 

ବଳେ ଧରିବାକୁ ହେବ, 

ଜୀବନ ସଂଗ୍ରାମ, ନିରନ୍ତର ରହୁ 

ରଖି ନୀତି ନ୍ୟାୟ ଭାବ ll

ଅପ୍ରିୟ ହୁଅଟି, ଏକଲା ହୁଅଟି 

ହୁଅ ଗୋଷ୍ଠୀ ଛଡା ତୁମ୍ଭେ, 

କିଛି ଆସେ ନାହିଁ, କିଛି ଯାଏ ନାହିଁ 

ରଖ ନିଜତ୍ୱକୁ ଦମ୍ଭେ ll

ଶସ୍ତା ପ୍ରଶଂସାରେ , ଶୁଖିଲା ଆଦରେ  

ଠକ,ଭଣ୍ଡ,ଶଠ, ପ୍ରୀତି, 

ପରତେ ନଯିବ, ସଜାଗ ରହିବ

ସବୁ ହୋଇଯିବ ଇତି ll

ଅତି ମିଠା କୃମି, ଅତି ଭଲ, ଭ୍ରମି 

ହରାଏ ବହୁତ କିଛି, 

ହୁସିଆର ହୋଇ, ସଂଗ୍ରାମ ନକଲେ 

ଘେନିଯିବେ ମୂଳ ପୋଛି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational