Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

କଳ୍ପନାତୀତ କଳ୍ପନା

କଳ୍ପନାତୀତ କଳ୍ପନା

1 min
1.4K



କିଏ ଗଢ଼ିଅଛି ଏ ସାରା ବିଶ୍ୱକୁ

ନଦୀ,ବଣ, ଶ୍ୟାମ ଧରା

କିଏ ଗଢ଼ିଅଛି ସୁନ୍ଦର ଆକାଶ

ଖଞ୍ଜିଛି ଅସଂଖ୍ୟ ତାରା l


ବିଶ୍ୱ ସ୍ରଷ୍ଟାଙ୍କର ସୁନ୍ଦର ବିଶ୍ୱକୁ

ମନୁଷ୍ୟ ବିସ୍ମୟେ ଚିନ୍ତି

ସୃଷ୍ଟିର ରହସ୍ୟ ଜାଣିବାକୁ ଜ୍ଞାନୀ

ସଦା ପ୍ରୟାସୀ ଅଛନ୍ତି l


ଧରଣୀ ବ୍ୟତୀତ ବିଜ୍ଞାନୀ ମଣିଷ

ବିଶ୍ୱେ ଅଛି ଆଉ କେଣେ

ସ୍ପୁଟନିକ, ଆପୋଲୋ ମଣିଷ ପେଷିଲା

ଅନ୍ତରୀକ୍ଷ ଅନ୍ବେଷଣେ l


ତାରକା ସନ୍ଧାନେ ନିର୍ମାଣିଲେ ପୁଣି

ବିଶ୍ୱର ବିଜ୍ଞାନୀ ଗଣ

ମହାକାଶ ଜାନେ ଚଢ଼ି ବୁଲିଗଲେ

ବ୍ୟୋମଚାରୀ ଜଣ ଜଣ l


ପ୍ରଥମ ମହିଳା ମହାକାଶଚାରୀ

ଭାଲେନ୍ତିନା ତେରେସ୍କୋଭା

ମହାକାଶେ ଯାଇ ନିରୀକ୍ଷଣ କଲେ

ଗ୍ରହ ନକ୍ଷତ୍ରଙ୍କ ପ୍ରଭା l


ପଛେ ରହିନାନ୍ତି ବ୍ୟୋମଜାନେ ଗତି

କିନ୍ତୁ ଭାରତର ନାରୀ

କାଳେ କଲେ ଗତି ବ୍ୟୋମେ ମହାମତି

ଆମ କଳ୍ପନା ସୁନ୍ଦରୀ l


ରାକେଶ କହିଲେ ସାରା ଭୂମଣ୍ଡଳେ

ଭାରତ ମୋର ସୁନ୍ଦର

କଳ୍ପନା ଭଉଣୀ କହିଗଲେ ପୁଣି

ଜନ୍ମଭୂମି ନମସ୍କାର l


ହେ ଭଉଣୀ ତୁମେ ମନେପଡ଼ ଆଜି

ପ୍ରୟାଣ ଦିବସେ ଭାରି

ତାରାଟିଏ ତୁମେ ନଭୋମଣ୍ଡଳରେ

ମହିୟସୀ ନଭଚାରୀ ।


Rate this content
Log in

Similar oriya poem from Inspirational