STORYMIRROR

Prasanta kumar Hota

Fantasy Romance

3  

Prasanta kumar Hota

Fantasy Romance

କଳ୍ପନାର ଗୀତ 58

କଳ୍ପନାର ଗୀତ 58

1 min
455


ତୁମେ ମୋ ନାୟିକା ଛାଡିଦିଅ ଇଛା

ଉପନାୟିକାରୁ ମନ

ପ୍ରିୟତମା ସାଜି ରହିଛତ ସଦା

ରହିଥିବ ଏ ଜୀବନ


କର ନାହିଁ କେବେ ହିସାବ କିତାବ

ପ୍ରେମ ନୁହେଁ ଅଙ୍କ କଷା

ହିସାବ କିତାବ ରହେ ନାହିଁ ଏଠି

ପ୍ରେମ ସଂଖ୍ୟା ଭାବ ଭାଷା


ଭାବରେ ଭାବରେ ପ୍ରେମର ଗଣିତ

ଜଟିଳ ଲାଗେ ବହୁତ

ଖାତା ସରିଯାଏ ଲେଖା ସରେନାହିଁ

ପ୍ରେମାକ୍ଷର ପ୍ରେମାମୃତ


ପ୍ରେମରେ ମିଶାଣ ଫେଡାଣ ହରଣ

କରୁଥିଲେ ଯାଏ ଦିନ

ବୟସ ବଢିଲେ କେହି ରହନ୍ତିନି

ହେବାକୁ ହୁଏ ଗୁଣନ


ଗୁଣି ଗୁଣୁଥିଲେ ଗୁଣାତ୍ମକ ମାନ

ବଢୁଥାଏ ତ୍ଵରିତରେ

ଭାଗ୍ୟବାନ ଯଥା ଭାଗ୍ୟଫଳ ଲଭେ

ଅଭାଗା ରହେ ଶଙ୍କାରେ


ମୋ ଜୀବନେ ଯାହା ପାଇଛି ମୁଁ ଗୁଣି

ମିଶାଇ ଫେଡାଇ ହରି

କିଏ ଜାଣିଥିଲା ତୁମେ ତା ନିର୍ଯ୍ୟାସ

ବଧୁବେଶେ ଅବତରି


ତୁମେ ମୋ ମିଶାଣ ଫେଡାଣ ତୁମେ ବି

ହରଣ ଗୁଣନ ସବୁ

ଆଉଥରେ କିଏ ପାରିବକି କଷି

ଅବିକଳ ହୋଇ ହେବୁ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy