STORYMIRROR

Prasanta kumar Hota

Fantasy Others

3  

Prasanta kumar Hota

Fantasy Others

କଳ୍ପନାର ଗୀତ -48

କଳ୍ପନାର ଗୀତ -48

1 min
6.7K


ଯେଉଁ ପଥେ ତୁମେ ଯାଉଅଛ ପ୍ରିୟ

ମୋତେ ଛାୟା କରିଦିଅ

ଆଞ୍ଚଳ ମୋହର ସଜାଇ ରଖିବି

ଉଷ୍ମତା ନହେଲେ ସହ୍ୟ।


କୁହ ନାହିଁ ପଛେ ସାଥୀ ବୋଲି ତୁମେ

କୁହ ନାହିଁ ପ୍ରିୟା ମୋତେ

ଏସବୁରେ ମୋର ଦୁଃଖ ରହେ ନାହିଁ

ଯିବି ଯଦି ତୋର ସାଥେ ।


ଚାଲୁ ଚାଲୁ ଯେବେ ଥକିଯିବ ତୁମେ

ରାସ୍ତା ଥିବ ଖାଲି ଖାଲି

ନପାଇଲେ କିଛି କାହାର ଆଶ୍ରୟ

ବାହୁ ଦେବି ମୋର ମେଲି ।


ତୋ ଶୂନ୍ୟ ଜୀବନେ ଭରିଦେବି ପ୍ରାଣ

ପ୍ରୀତି ରଙ୍ଗ ଦେଇ ଦେଇ

ନନେଲେ ସଙ୍ଗତେ ରହିବି ମଥାରେ

ତୋନାମେ ସିନ୍ଦୁର ହୋଇ।


ଏଜୀବନ ପଥ ନୁହେଁ ତ ସହଜ

କେଉଁଠି ଖୋଜିବ ସାଥି

ଥିବି ତୋର ପାଶେ ମନରେ ମନାସେ

କରିବି ନାହିଁ ମୁଁ ଦୁଖୀ।


ତୁମେ ମୋର ଦୀପ ମୁଁ ତୁମ ସଳିତା

ଜଳୁଥିବି ସହି ସହି

ପ୍ରିୟ ପାଖେ ପ୍ରିୟା ହୁଏ ନିରିମାୟା

ନିସ୍ଵାର୍ଥରେ ଯାଏ ବୋହି।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy