STORYMIRROR

Samar Ballav Bhoi

Tragedy Inspirational

2  

Samar Ballav Bhoi

Tragedy Inspirational

କଳ୍ପନା

କଳ୍ପନା

1 min
109

    


ସଦ୍ୟ ରାତ୍ରିର ଶାନ୍ତ ପରିବେଶେ

ଉଜାଗର ହୋଇ

ଛିଡ଼ା ହୋଇଥିଲା ଏକ ହିମାଳୟ ପରି

କିଏ ସେ କେଜାଣି??

ପଚାରିଲି ? ଉତ୍ତର ନ ଆସେ

ଅଫୁଟା କୋମଳ ମୁଖ ମଣ୍ଡଳରୁ

ଭାବୁଥିଲା ବାର୍ତ୍ତା ସମୀରଣେ

କହିବାକୁ କିଛି ହେଲେ 

କହି ନପାରେ ସେ

ସ୍ରଷ୍ଟାଙ୍କ ସୃଷ୍ଟିର କରମ ପାଇଁ

କଳ୍ପନା ର ଭାରା କ୍ରାନ୍ତେ 

 "ନଯଯୌ ନତସ୍ତୌ"

ମନର ଦୁଃଖ ଯନ୍ତ୍ରଣାରେ

ମନେ ହେଉଥିଲା ମୋର କହିବାକୁ କିଛି

କିନ୍ତୁ ଯେଉଁ ପଦ୍ମ ପାଇଁ ନାହିଁ

ସଦ୍ୟ ପ୍ରଭାତ ର ସୁନେଲି କିରଣ

କ'ଣ କହିଲେ ଫୁଟିବ ସେ..... ??

କଳ୍ପନା ର ସୁନେଲି ରାଜ୍ୟରେ 

କଳ୍ପନା ସୂର୍ଯ୍ୟର ସୁନେଲି କିରଣ

ହୋଇଲେ ପତିତ......!


ହୋଇପାରେ ପ୍ରସଫୁଟିତ 

କିଏ କହିପାରେ...

କଳ୍ପନା ର ଏକ କେନ୍ଦ୍ରିକ ବୃତ୍ତରେ 

ଦେଖିଲି ମୁଁ ନୟନ ପରିସରେ

ମନେ ହେଉଥିଲା ମୋର

ଆଙ୍କିବାକୁ ପ୍ରେମର ବ୍ୟାସାର୍ଦ୍ଧ

ପ୍ରେମର ମରୁଭୂମିରେ ଛିଡ଼ା ହୋଇ

ଡାକୁଥିଲା ଅତୃପ୍ତ ହୃଦୟକୁ

ମିଶିବାକୁ କଳ୍ପନା ର ରୂପ ଦେଇ।।



Rate this content
Log in

Similar oriya poem from Tragedy