କଳଙ୍କିତ ନହେଉ ତବ କ୍ଷାତି
କଳଙ୍କିତ ନହେଉ ତବ କ୍ଷାତି
• କଳଙ୍କିତ ନହେଉ ତବ କ୍ଷାତି
•
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
•
• --------------- -------------------- ---------------
•
• ନିର୍ବାଣ ଦାତା ହେ ତୁମେ ମୋର ପ୍ରାଣ ପତି
• ନୀଳସାଗର କୂଳିଆ ମୋର କଳାହାତୀ ।
• ନିଶାଖା* ଜନ ମୁଁ ତୁମେ ସୁଖ ନୀରନିଧି*
• ନୀରନ୍ତର ପଦ୍ମପଦେ ଢାଳୁଛି ପ୍ରଣତି
• ନିର୍ବାଣ ଦାତା ହେ…।।
•
• ନୀଳକାନ୍ତ ମଣି ଜିଣି ସୁଶୋଭିତ କାନ୍ତି
• ନୀଳଜଳ ବିମ୍ବ ବତ ଅନିତ୍ୟ ମୁଁ ଏଠି ।
• ନିତି ତେଣୁ ଜପେ ତୁମ ନାମ କୁ ଶ୍ରୀପତି
• ନିଷ୍ଠୁର ନହୁଅ ଆଉ ଘେନ ମୋ ବିନତି
• ନିର୍ବାଣ ଦାତା ହେ…।।
•
• ନିନ୍ଦେ ନିଶାକର କର ତହୁଁ ବଳି ଜ୍ବୋତି
• ନିଖିଳ ବିଶ୍ବ କରତା ଆହେ ବିଶ୍ବପତି ।
• ନିରଞ୍ଜନ ନିରାକାର ଭକ୍ତ କୋଟି ନିଧି
• ନିବାରଣ କର ଦୁଃଖ ଯାଉ ହେ ବିପତ୍ତି
• ନିର୍ବାଣ ଦାତା ହେ…।।
•
• ନିଶ୍ବଜନ ଏ ପ୍ରଫୁଲ୍ଲ ଡାକେ କରି ଭକ୍ତି
• ନିରାଧାର* ପ୍ରାଣ ମୋର ତୁମକୁ ଡାକୁଛି ।
• ନିରୀକ୍ଷଣ କର ଥରେ କରୁଛି ମିନତୀ
• ନିରେଖି ରଖ ନହେଉ କଳା ତବ କ୍ଷାତି
• ନିର୍ବାଣ ଦାତା ହେ…।।
• (*ନିଶାଖା—ଅସହାୟ , *ନୀରନିଧି—ସମୁଦ୍ର
• *ନିରାଧାର—ନିରାଶ୍ରୟ)
