କଳଙ୍କିତ ନାୟକ
କଳଙ୍କିତ ନାୟକ


ତମେ ସେଇ କଳଙ୍କିତ ନାୟକ ନା
ଯିଏ ସ୍ବପ୍ନର ମାୟା ଜାଲ ବୁଣେ
ନୀତି ପ୍ରେମ ର ଅଗଣାରେ ,
ପଚାରିଲା କେହି ଜଣେ ମୋତେ
ଦେଖା ହୋଇଗଲା ଯେବେ ସେଦିନ
ମାଳତୀପାଟପୁର ବସ ଠିକଣାରେ
ମୁଁ କହିଲି କଳଙ୍କ ତ ଜହ୍ନ ରେ ବି ଥାଏ
ତେବେ କ'ଣ ସେ ବି କଳଙ୍କିତ ସତରେ !
ଅଳସୀ ନିଶିର ନିଷିଦ୍ଧ ପ୍ରହରେ
ହୃଦୟର ନିଭୃତ କୋଣରୁ
କବିତା ମୋ ବିନ୍ଦୁ ବିନ୍ଦୁ ହୋଇ ଝରେ ,
କେହି ମୋତେ ପ୍ରେମ କଲା
ମୋ କବିତା ପ୍ରେମେ ପଡ଼ଲା
ମୁଁ କେମିତି ଗଣାହେଲି କଳଙ୍କିତ ନାୟକରେ!
ଅୟୁତ ଯୁଗର ନୀରବତା ବି
ବିଷର୍ଣ୍ଣ ହୋଇ ଦୀର୍ଘଶ୍ଵାସ ଛାଡେ
ବେଳେ ବେଳେ ଅସ୍ତ ଆଲୁଅରେ ,
ମୁଁ କବି କେମିତିକା ଛାଡି ଦେବି
କଲମ ଝର
ସାମାନ୍ୟ ଏଇ କଳଙ୍କିତ ହେବା ଭୟରେ !
ମୋ କଥା ଶୁଣି
ହସି ଯେବେ ଦେଲା ସେ ଜାଣିଶୁଣି
ଅପରୂପା ଦିଶୁଥିଲା ରୂପ ଲାବଣ୍ୟରେ ,
ମୁଁ କହିଲି , ମନକୁ କର ଆକଟ
ନହେଲେ ତମେ ବି ପୁଣି ପଡି ଯିବ
ଅଜାଣତେ କଳଙ୍କିତ ନାୟକ ପ୍ରେମରେ !