STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

କଳଙ୍କିନୀର ଆନନ୍ଦାଶ୍ରୁ

କଳଙ୍କିନୀର ଆନନ୍ଦାଶ୍ରୁ

1 min
580

ଆଖିରେ ଆଖିଏ ସପନ ଭରି

ସିନ୍ଦୂର ନାଇ ସାଜି ସୀମନ୍ତିନୀ 

ମଥାରେ ଟାଣି ନାଲି ଓଢଣୀ

ଶାଶୁଘର ଗଲା ନଇଁ ନଇଁ 

ଦି ଚାରି ମାସରେ ସପନ ଭାଙ୍ଗିଲା

ଜୀବନ ଆକାଶେ ଅମା ଅନ୍ଧକାର 

ନିଜ ମଣିଷଟି ର ଅତ୍ଯାଚାର

ସହି ସହି ରେବ ହୋଇଲା ପଥଳ

ଏବେ ସେ ପଥର ଠୁ ଆହୁରି ଟାଣ

ସତେ ଅବା ବଜ୍ର ସମାନ

ଏବେ ସେ ମା 'ଦୁଇ ପିଲାଙ୍କର

ପିଲାଙ୍କ ଓଠରେ ଦାନା ଦେବାକୁ

ଘରୁ ଗୋଡ କାଢିଲା ଦାଣ୍ଡକୁ

ମୂଲପାତି କରି ମେଣ୍ଟାଇଲା ଗୁଜୁରାଣ 

ସମାଜରୁ ପାଇଲା ଆଖ୍ଯା କଳଙ୍କିନୀର 

କହୁ ସମାଜ କଳଙ୍କିନୀ ତାର ନାହଁ 

କ୍ଷୋଭ କି ନାହିଁ ଗ୍ଳାନି 

ପିଲା ମୁହଁରେ ଆହାର ଦେବାକୁ 

ମାଆ ଛଡା କିଏ ବା ଆଉ 

ପିନ୍ଧିପାରେ କଳଙ୍କିନୀର ଟୀକା

ସେ ଟିକା ଆଜି ତାର ବିଜୟର ଗାଥା

ଝିଅ ତା ଶିକ୍ଷୟିତ୍ରୀ ପୁଅ ଯନ୍ତ୍ରୀ

କଳଙ୍କିନୀ ଆଖ୍ଯା ଦେଇଥିବା

ସମାଜ  ଆଜି ପୁରା ଚୁପ୍‌ଚାପ୍ 

ରେବ ଆଖିରେ ଆନନ୍ଦ ଲୋତକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational