Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract

4  

PUSPALATA SAHOO

Abstract

କଳଙ୍କିନୀ

କଳଙ୍କିନୀ

1 min
490


ଭଲ ପାଇବା ର ଦ୍ୱାହି ଦେଇ

ମୋ ସାଥେ କଲ ପ୍ରତାରଣା

ସର୍ବସ୍ବ ଲୁଟି ନେଇ ମୋର

ପିନ୍ଧାଇ ଦେଲ ମୋତେ କଳଙ୍କ ର ଟୀକା ||

କାହିଁକି ?

କି ଭୁଲ ଥିଲା ମୋର

କେବଳ ଏତିକି ଭୁଲ ଯେ

ଅନ୍ଧ ଭାବରେ ତୁମକୁ ଭଲ

ପାଇଥିଲି ମୁଁ

ନିସ୍ଵାର୍ଥପର ଭଲ ପାଇବା ରେ

ବିଷ ଦେଇଦେଲ ତୁମେ..... ||

ଭଲ ପାଇବାର ଅଭିନୟ କରି

ଦୂର କରିଦେଲ ମୋତେ

ନିଜ ହୃଦୟରୁ ଓ ମନରୁ

ଦୁନିଆଁ ଆଖିରେ ମୁଁ ଆଜି

ସାଜିଛି କଳଙ୍କନୀ

କେବଳ ତୁମ ପାଇଁ...... ||

ହେଲେ କେହି ବିଶ୍ୱାସ କରିବେନି

ସମସ୍ତଙ୍କପାଖେ ମୁଁ ହେଲି

ଅବିଶ୍ୱାସର ପାତ୍ର

ତୁମ କଳଙ୍କର ଟୀକା

ମଥାରେ ବୋହି ଆଜି ମୁଁ

ବଂଚିଛି ଓ ବଞ୍ଚିବି

ଜୀବନ ଥିବା ପର୍ଯ୍ୟନ୍ତ......... ||


Rate this content
Log in

Similar oriya poem from Abstract