Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Action Crime

4  

Mr.GAGAN BIHARI NAYAK

Romance Action Crime

କଳଙ୍କିନୀ

କଳଙ୍କିନୀ

1 min
421



ତୁମ ପାଇଁ ଯେତେ ପୂଣ୍ୟ ଫଳ ଦେଇ।

ହେଇ ପାରିଲିନି ପ୍ରଣୟିନୀ ।

କଳାରେ କଳଙ୍କ ବୋଳି ଦେଲ ଶେଷେ।

ହେଇ ଗଲି ଗୋଟେ କଳଙ୍କିନୀ ।0।


ତୁମେ ପିନ୍ଧେଇଲ ମଥାରେ ସିନ୍ଦୁର। 

ବେଣୀରେ ଗଜରା ହାର ।

ତୁମେ ଦେଲ ଯେତେ ପ୍ରିତି ଉପହାର। 

ତୋଳିନେଲି କରେ ମୋର ।

ନଚେଇଲ ଯେବେ ଘୁଙ୍ଗୁର ପିନ୍ଧେଇ।

ନାଚିଲି ହୋଇ ଶ୍ରାବଣୀ (୧)


ତୁମ ବାଂଶରୀରେ ପଦ୍ମ ତୋଳା ସୁରେ।

ତୋଳିଲ ଯେତେ ରାଗିଣୀ ।

ଅଣାୟତ ହୋଇ ନାଚିଛି କେତେ ମୁଁ।

ହଜାଇ ମୋ ମଥା ମଣି। 

ସବୁ ତ୍ଯାଗ ତୁମ ପାଇଁ କରି ଶେଷେ ସାଜିଛି ମୁଁ କଳଙ୍କିନୀ (୨)



Rate this content
Log in

Similar oriya poem from Romance