STORYMIRROR

Pravatirani Mohanty

Romance

3  

Pravatirani Mohanty

Romance

କଳଙ୍କିନି

କଳଙ୍କିନି

1 min
387

ପ୍ରେମ ଡୋରେ ବାନ୍ଧି

ଦୁନିଆ ଦାଣ୍ଡରେ କଲଙ୍କିନି ସଜାଇଲ ।

ରାଧା ରାଧା ନାମେ ବଇଁଶୀକୁ ଫୁଙ୍କି 

ମନ ତା ଚୋରାଇ ନେଲ।


ମନ ଗହନ ରେ ହୃଦୟ ଉଚ୍ଚୁଳେ 

ହୃଦୟେ କଦମ୍ବ ଫୁଟେ।

ମଲ୍ଲୀ ଯାଇ ଜୁଇ ରହିଛନ୍ତି ଚାହିଁ 

ଚାରି ପଟେ ବାସ ଛୁଟେ।


କୁଞ୍ଜବନେ କୁଞ୍ଜ ରାସ ଲୀଳା ପାଇଁ 

ନାମ ଧରି ଡ଼ାକୁଥିଲ।

ଗୋପ ନଗରୀରେ ହୁରୀ ପଡୁଅଛି

ରାଧା ରାଣୀ ଦୋଚାରୁଣୀ।


ନଟ ଖଠ କାହ୍ନା କରେ ଚିତ୍ତ ଚୋରି

ଶାଶ୍ୱତ ପ୍ପ୍ରେମ କାହାଣୀ ।

ସହସ୍ର କଣା ରେ ମାଠିଆରେ ଜଳ 

ଭରି ସତୀ କରାଇଲ।


କୃଷ୍ଣ ବିନା ରାଧା ନଜଣାଇ କିଛି

କୃଷ୍ଣ ତାର ପଞ୍ଚ ପ୍ରାଣ ।

ହେଉ କଳଙ୍କିନି ଅବାସେ ଅସତୀ

କୃଷ୍ଣ ବିନା ନାହିଁ ଆନ।

ଯିଏ ରାଧା ସିଏ କୃଷ୍ଣ ବୋଲି ସାରା

ଜଗତ କୁ ଦେଖାଇଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance