Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4.5  

Kunja Bihari Dalai

Inspirational

କଳିଯୁଗ ରୂପରେଖ

କଳିଯୁଗ ରୂପରେଖ

1 min
238



ଦିନେ ବାସୁଦେବ ଆଗରେ ପାଣ୍ଡବ 

ପାଞ୍ଚ ଭାଇ ପଚାରନ୍ତି, 

କହନ୍ତୁ କେଶବ କଳିଯୁଗେ ହେବ 

କିପରି ମାନବ ରୀତି ?


ହସି ନାରାୟଣ କହନ୍ତି ଯାଇଣ 

ପାଞ୍ଚ ଭାଇ ବୁଲି ଦେଖ ,

ଯିଏ ଯେଉଁ ଦୃଶ୍ଯ ଦେଖିବ ତାହାହିଁ 

କଳିଯୁଗ ରୂପରେଖ ।


ଗୋଟିଏ ହାତୀର ଦୁଇ ଗୋଟି ଶୁଣ୍ଢ 

ଯୁଧିଷ୍ଠିରେ ହେଲା ଦୃଶ୍ଯ ,

ଅର୍ଜୁନ ବୋଲନ୍ତି ମଢ ଖାଉଛନ୍ତି

ପକ୍ଷୀ କେତୋଟି ଅବଶ୍ଯ ।


ପକ୍ଷରେ ତାଙ୍କର ଲେଖା ଅଛି ବେଦ 

ଏହାର ରହସ୍ଯ କଣ, 

ଭୀମ କହୁଛନ୍ତି ଦେଖିଲି କାନନେ 

ପ୍ରସବନ୍ତେ ଗାଭୀ ଜାଣ ।


ବତ୍ସାଟିକୁ ଚାଟି କରୁଅଛି ସଫା

ଚକିତ ହୁଏ ନୟନ ,

ମାତା ଜିହ୍ୱା ସ୍ପର୍ଶେ ଜନ୍ମିତ ସନ୍ତାନ 

ହେଉଛି ଲହୁ ଲୁହାଣ ।


ଗୋଟିଏ ସ୍ଥାନରେ ପାଞ୍ଚ ଗୋଟି କୂପ

ଦେଖିଛନ୍ତି ସହଦେବ ,

ଗଭୀର ଥିଲେବି ମଧ୍ୟସ୍ଥ କୂପଟି 

ଶୁଷ୍କ କିଆଁ ବାସୁଦେବ ?


ନକୁଳ ବୋଲନ୍ତି ବଡ ଶିଳା ଖଣ୍ଡ 

ପର୍ବତ ଶିଖରୁ ଖସେ ,

ବଡ ତରୁ ଗତି ପାରିଲେନି ରୁଦ୍ଧି

ଛୋଟ ବୃକ୍ଷ ରୁଦ୍ଧେ ଶେଷେ ।


ଉତ୍ତରେ ଶ୍ରକୃଷ୍ଣ କହନ୍ତି ବୁଝାଇ 

ଯା ଦେଖିଲେ ଧର୍ମରାଜ ,

ଏକ ଶୁଣ୍ଢ ହାତୀ ଦିଶଇ ସର୍ବତ୍ର 

ଦୁଇ ଶୁଣ୍ଢେ କିବା କାର୍ଯ୍ୟ ।


କଳିଯୁଗେ ନର ମୁଖେ ଯା କହିବେ 

କାର୍ଯ୍ୟେ କରିବେ ଓଲଟା ,

ଏଣୁ ଜଙ୍ଗଲରେ ଦେଖିଲ ହସ୍ତୀର 

ଶୁଣ୍ଢ ଅଛି ବେନି ଗୋଟା ।


ବିଦ୍ଵାନ ପଣ୍ଡିତ ଉଚ୍ଚାରିବେ ବେଦ

ମନ ଥିବ ପର ଦ୍ରବ୍ୟେ ,

ବିଷୟ ସଂପତ୍ତି କରିବେ ଆୟତ୍ତ 

ମୃତ୍ୟୁ ହୁଏ କା'ର ଯେବେ ।


ବାତ୍ସଲ୍ୟ ମମତା ଛୁଇଁବ ଶୀର୍ଷକୁ 

ସନ୍ତାନ ଜୀବନ ନଷ୍ଟ ,

ନିଜ ବିକାଶ ର ସୁଯୋଗ ନପାଇ 

ପାଇବେ ପିଲାଏଁ କଷ୍ଟ ।


ପୂର୍ଣ୍ଣ କୂଅ ପାଶେ ଶୁଷ୍କ କୂପ ଥାଇ 

ଜଣାଉଛି କଳିଯୁଗେ ,

ଧନଢ୍ୟ ବ୍ୟକ୍ତିଏଁ ଚେଷ୍ଟିତ ରହିବେ 

ସଦା ନିଜ ସୁଖ ଭୋଗେ ।


ଦୁର୍ଦ୍ଦଶାରେ ଥିବେ ପଡୋଶୀ ତାଙ୍କର 

କରିବେ ନାହିଁ ସାହାଯ୍ଯ ,

ନିଜ ପରିବାର ସୁଖ ସ୍ୱାଚ୍ଛନ୍ଦକୁ

ମଣିବେ ମହତ କାର୍ଯ୍ୟ ।


କଳିରେ ମଣିଷ ଜୀବନ ପତନ 

ଘଟିବା ଅବସମ୍ଭାବୀ ,

ଧନ ରୂପୀ ବଡ ପାଦପ ତାହାକୁ 

ରୋକି ନପାରେ କେବେବି ।


ଛୋଟ ବୃକ୍ଷ ରୂପୀ ହରିନାମ ମାତ୍ର 

କରିବ ତାକୁ ଆୟତ୍ତ ,

ହରେକୃଷ୍ଣ ହରେରାମ ସଂକୀର୍ତ୍ତନ 

ଭଜୁଥିବ ଯିଏ ନିତ୍ଯ ।


Rate this content
Log in

Similar oriya poem from Inspirational