STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

କଳିର ମଣିଷ

କଳିର ମଣିଷ

1 min
13.2K


ଘୋର କଳି କାଳ ମାଡି ଆସିଲାଣି

     ଅକାଳେ ବତାସଝଡ଼

କାଳ ବଇଶାଖୀ  ଉଜାଡ଼ି ଦେଉଛି

     ଚାଷୀକୁ ଚଡକ ମାଡ଼।।

ଲୁହଲହୁ ସବୁ।   ଏକାଠି କରି ସେ

     ଯତନେ କରେ ସେ ଚାଷ

ବରଷଯାକର    ପରିଶ୍ରମ ତା'ର

     କ୍ଷଣକେ ହୁଅଇ ନାଶ।।

ୠତୁଚକ୍ର ଏବେ    ବଦଳି ଗଲାଣି

      ତୀବ୍ର ହୁଏ ସୂର୍ଯ୍ୟତାପ

ଗଛଳତା କାଟି    ସଂକଟ ରଛନ୍ତି

      ମୂଢେ ଦେଖାଇ ପ୍ରତାପ।।

ଜୀବନଜୀବିକା    ଧରି ବାପାମା'

       ପୁଅକୁ ମଣିଷ କରି

ପୁଅଵୋହୂ ଠାରୁ  ପାଆନ୍ତି ଯାତନା

      ଦୁଃଖରେ ଯାଆନ୍ତି ମରି।।

ଗୋମାତାର ଦାନ  ଭୁଲି ଏ ମଣିଷ

     କଂସେଇକୁ ବିକି ଦିଏ

ନିଷ୍ଠୁର କଂସେଇ ଯାହ କରେ ନେଇ

      ନଜାଣି ଅଛି ବା କିଏ।।

ବୃଥା ଅହମିକା   ବହି ମନକୋଣେ

      ନମାନେ ଶାଶୁଶ୍ୱଶୁର

କୁଳବୋହୂଟିଏ।  ଆଧୁନିକା ସାଜି

      କରେ ଏପରି ବେଭାର।।

କେବେ ପୁଣି କାହିଁ  ପରିବାର ଜନ

      ଅସୂୟା ମନରେ ଭରି

ଗୃହଲକ୍ଷ୍ମୀ କୁଳ-  -ବଧୂଟି ଉପରେ

      ଥା'ନ୍ତି ଅତ୍ୟାଚାର କରି।।

ଏ କଳି କାଳରେ  ନାହିଁ କାହିଁ ଶାନ୍ତି

     ନାହିଁ ସନ୍ତୋଷ ପୋଷଏ 

କଳିର ରାଜୁତି   ସାରାଧରା ବୁକେ

     ଲୁହର ବନ୍ୟା ଭସାଏ ।।

     ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

     ଫକୀରମୋହନ ନଗର

     ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational