Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

3.1  

Akshayakumar Dash

Action Inspirational Children

କଳିଙ୍ଗ

କଳିଙ୍ଗ

1 min
193


ଜାତି ଏଠି ଜଗନ୍ନାଥ

ବିଶ୍ୱ ବିଶ୍ୱାସର ପ୍ରତୀକ

ଧର୍ମ ପୁଣି ମାନବତା

ସେବ କର୍ମ ସ୍ୱରୂପ ,

ଭାଷା ଆମ ଓଡ଼ିଆ

ଲଳିତ କଳାର ବିକାଶ

ନୃତ୍ୟଶିଳ୍ପୀ ବଢିଆ

ଦେବଦାଶୀ ପ୍ରଥାରେ

ପଥରବି କଥାରେ 

ମୃତ୍ତି କଳା ମଥାରେ ।

ଓଡିଶୀ ର ନୃତ୍ୟରେ

ଦେଶବିଦେଶରେ ଯଶ

ଚାରୁକଳା କୃତ୍ୟରେ ,

ବୋଇତରେ ବଣିକ

ବିଦେଶକୁ ଯାତ୍ରା କରି

ଭରା ମୋତି ମାଣିକ ।

କଳିଙ୍ଗ ର ବିଭବ

ଅଶୋକ କରିଲେ ଯୁଦ୍ଧ

ରକ୍ତ ନଦୀ ସମ୍ଭବ ।

ପରାକ୍ରମୀ ର ବଳ

ଖାରବେଳ ଜୟକଲେ

କାଶ୍ମୀରି ରୁ ସିଂହଳ ।

ମରହଟ୍ଟା ଛୁଟିଲେ

ମିତ୍ର କରି ଆମ ସାଥେ

ଧନ ମାନ ଲୁଟିଲେ ।

ଇଂଗ୍ରେଜିଙ୍କ ଚାଲ ରେ

ପରାଧୀନ ହେଲୁ ଆମେ

ଘୋଟି ଗଲା କାଳରେ ।

ନଅଅଙ୍କ ବିପତି

ଅନାହାର ଦୃଭିକ୍ଷରେ

ହରାଇଲୁ ସମ୍ପତି ।

ଧରି ଦମ୍ଭ ସାହସ

ଅଣ୍ଟା ସିଧ୍ଯା କରି ଏବେ

ଉତ୍କଳୀୟ ହରସ ।

ପ୍ରକୃତିର ଦାନରେ

ଲୁହା, ସୀସା, ତମ୍ବା ଖଣି

ଟେକେ ଆମ ମାନରେ ।

ନଦୀ ମହା ସାଗରେ

ଉର୍ବରା ଏ ମାଟି ମାଆ

ଚାଷ ଆମ ଆଗରେ ।

ଧାନ ଆଖୁ ସୋରିଷ

ସବୁଜ ବନାନୀ ଭୁଇଁ

ଲଖିମି କଂ ନିବାସ ।

ବୁଦ୍ଧ ଙ୍କର ଆଳୟ

ଜ୍ଞାନୀ ଗୁଣି ଏମାଟିର

ଭାଷା ମଧୁ ବଳୟ ।

ଦେଶ ହେଲା ସ୍ୱାଧୀନ

ଆମ ରାଜ୍ୟ ଗଢି ଉଠେ

ନୁହେଁ କାହା ଅଧିନ ।

ପାଞ୍ଚ ବର୍ଷ ଯୋଜନା

ଗଢି ଆମ ସରକାର 

ଜନତାଙ୍କ ଭାବନା ।

ଦୃନୀତି ର ବାଟରେ

କୋଟି କୋଟି ଟଙ୍କା ଲୁଟି

କଥା ପଡେ ହାଟରେ ।

କୃଷିଜାତ ଦରବ

ସଂରକ୍ଷଣ ଅଭାବରେ

ଯାଏ ସଢ଼ି ପରବ ।

ଶିକ୍ଷା ସ୍ୱାସ୍ଥ୍ୟ ସେବାରେ

ରାଜକୋଷ ଖାଲି ହୁଏ

ମନ ଲୁଟି ନେବାରେ ।

ଶିକ୍ଷିତଯେ ବେକାର

ଯୁବକ ନିଯୁକ୍ତି ନାହିଁ

ଖଟେ ଅନ୍ୟ ରାଜ୍ୟର ।

ପ୍ରାକୃତିକ ସମ୍ବଳ

ଦିନୁ ଦିନ କ୍ଷୟ କ୍ଷତି

ଲୋମ ମାନ କମ୍ବଳ ।

ଆସ ଆମେ ଗଢିବା

ଓଡ଼ିଶାର ଯଶ ରଖି

ଇତିହାସ ଗଢିବା ।



Rate this content
Log in

Similar oriya poem from Action