STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କଳିଙ୍ଗ ଷଣ୍ଢ,,,,,,,,,,,,,,,,,,

କଳିଙ୍ଗ ଷଣ୍ଢ,,,,,,,,,,,,,,,,,,

1 min
277


ସତ୍ୟସ୍ନାତା କୁସୁମର

ପରଶରେ ଛୁଇଁ ଚନ୍ଦନର

ମହକିତ ଆଭାସରେ

ଜନମି ଥିଲେ ଯିଏ

କଳିଙ୍ଗ ଷଣ୍ଢ ନାମରେ

    ନାମିତ ସିଏ

ନିଜ ଜନମ ମାଟିରୁ

କର୍ପୂରର ସୁଗନ୍ଧ ନେଇ

ଚତୁର୍ଦ୍ଦିଗେ ମହକିତ

କରାଇ ଥିଲେ ସିଏ

ଚଢେଇର ପଙ୍ଖ ନେଇ

ଆକାଶରେ ଉଡିବାର

ଶିଖି ଯିଏ କଳିଙ୍ଗ ଷଣ୍ଢ

ନାମରେ ସର୍ବତ୍ର ପୂଜିତ

     ସିଏ

ରାଜନୀତିକୁ କରି

କର୍ମର ଧାମ କଳିଙ୍ଗ

ଷଣ୍ଢ ନାମେ ପରିଚିତ

     ସିଏ

ତାଙ୍କରି ପ୍ରଯତ୍ନରେ

ପ୍ରେରଣାରେ ଗଢି ଉଠିଲା

    ଓଡ଼ିଶା

ତାଙ୍କରି ପାଇଁ ଲୁହ ଢାଳନ୍ତି

ସର୍ବେ ଦେଉଛନ୍ତି ପୁଷ୍ପିତ

ଶ୍ରଦ୍ଧାଞ୍ଜଳି ସ୍ମୃତିର ଢେଉରେ

  ଭାସି ଭାସି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational