STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କଳାଠାକୁର ମୋ କଳାଠାକୁର     

କଳାଠାକୁର ମୋ କଳାଠାକୁର     

1 min
14

କଳାଠାକୁର ମୋ କଳାଠାକୁର     
     =============
କଳାଠାକୁର ମୋ କଳାଠାକୁର l
କଳାରୂପ ତୁମ୍ଭ କେଡ଼େ ସୁନ୍ଦର l
କଳ୍ପ ବଟ ମୂଳେ ବିଜେ କରିଅଛ,
କଳ୍ପଜୀବି ହେଲା କାକ ପ୍ରବର ll
କଳି ନପାରିଲେ ମହିମା ତୋର l
କଳ୍ପ କଳ୍ପ ଧ୍ୟାୟୀ ବ୍ରହ୍ମା ଶଙ୍କର l
ଜୟ କଳାକର ହେ ନୀଳ ସୁନ୍ଦର,
ସିନ୍ଧୁଜେମା ପ୍ରାଣ କମଳା ବର ll
ଖଞ୍ଜାଖଞ୍ଜି କରି ଭକତ ତୋଷୁ l
ଗର୍ବ ଗଞ୍ଜନିଆ ଗରବ ନାଶୁ l
ଧ୍ରୁବ ପ୍ରହଲ୍ଲାଦ ତରିଗଲେ ଧ୍ୟାୟୀ,
କଞ୍ଜନୟନ ତୋ ଛନ୍ଦା ପୟର ll
ବଙ୍କିମ ଅଧର କେଡ଼େ ସୁନ୍ଦର l
ଦ୍ଵିତୀୟା ଚାନ୍ଦ ଉପମେୟ ତାର l
କରେ ସୁଦର୍ଶନ,ଶଙ୍ଖ,ଗଦା,ପଦ୍ମ
କଳାନିଧି ଧ୍ୟାୟେ ପଦ୍ମ ପୟର ll
ଦ୍ୱାପର ଯୁଗରେ ଶକଟା ଭଞ୍ଜା l
ସଳଖିଲେ କୁଜି କୁବୁଜା ଖଞ୍ଜା l
ଭଣଜା ପଣରେ ମଉଳା ମାରିଲ
ନନ୍ଦସୁତ ଆହେ ବ୍ରଜ ସୁନ୍ଦର ll
କଳା କଳେବର କଳା କହ୍ନାଇ l
ଝୁରି ଝୁରି ମଲେ ଗୋପର ଗୋଈ l
ମଥୁରା ଯାଇ ତୁ ଆସିଲୁ ନାହିଁ,
କଳାକାହ୍ନୁ ତୋର ଏଡ଼େ ଗୁମର ll
ସତ୍ୟରେ ଟେକିଲୁ ଗିରି ମନ୍ଦର l
ଗୋବର୍ଦ୍ଧନ ଗିରି ପୁଣି ଦ୍ୱାପର l
ଟେକିଟାକି କରି ବଖାଣି ବସିଲେ,
ଗୁଣ ସରେ ନାହିଁ ଗୁଣ ମଣିର ll
ଜୟ ନୀଳାଚଳ ନାୟକ l
ଭବ କର୍ଣ୍ଣଧାର ଭଵ ନାବିକ l
ଦୁଃଖୀ ଦୁଃଖହର ଆହେ ବିଶ୍ଵମ୍ଭର, ପଦାମ୍ବୁଜେ ରଖ ଶରଣ ମୋର ll
           🙏🙏🙏
              ଅର୍ଜୁନୀ
            --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational