STORYMIRROR

Pranati Mahapatra

Fantasy Inspirational

3  

Pranati Mahapatra

Fantasy Inspirational

କଳାମୁଖ ଦେଖି ଦେଖି

କଳାମୁଖ ଦେଖି ଦେଖି

1 min
244


ଆହେ ଦୟାମୟ ସୃଷ୍ଟିକର୍ତ୍ତା ପ୍ରଭୁ

  ତୁମେ ଶ୍ରୀକ୍ଷେତ୍ର ଗୋସାଇଁ,

ମନଟିଏ ଦେଲ ଇଛା ଯାଚିଦେଲ

   ନିରର୍ଥ କରିଲ କାହିଁ!

  ପାଦେ ମୋର ବଳ ନାହିଁ।

ରତ୍ନସିଂହାସନେ ଦେଖିବି ପ୍ରଭୁ ହେ

  ଆଉ କିଛି ଲୋଡାନାହିଁ।

ଆହେ ଦୟାମୟ...


ବାଟରେ ଭେଟିବି ମାଆ ମଙ୍ଗଳାକୁ

  କହିବି ଅନ୍ତର ବ୍ୟଥା,

ପାଦତଳେ ପଡି ତା ପାଦ ଧୋଇବି 

  ନୟନ ଲୋତକେ ଯଥା,

  ନ ଶୁଣୁ ପଛେ ମୋ କଥା,

ମାଆ ମୋର ଦୁଃଖ ଦେଖୁଥିବ ନିଶ୍ଚେ

   ସେ ଜନନୀ କଲ୍ୟାଣମୟୀ।

ଆହେ ଦୟାମୟ...


ଅଠରନଳାରୁ ପତିତପାବନ

  ଅଳପ ଅଳପ ଦେଖି,

ପ୍ରଫୁଲ୍ଲିତ ମନେ ପ୍ରଣାମ କରିବି

  ଦାରୁବ୍ରହ୍ମ ଚକାଆଖି,

  ଜୟ ଜଗନ୍ନାଥ ଡାକି

ବଡ଼ଦାଣ୍ଡ ଧୂଳି ଦେହରେ ମୁଁ ବୋଳି

   କଳାମୁଖ ଦେଖି ଦେଖି।

ଆହେ ଦୟାମୟ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy