STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

କଳାମେଘ ଦାଉ  ,,,,,,,,,,,,,,,,,,,,,,,,,

କଳାମେଘ ଦାଉ  ,,,,,,,,,,,,,,,,,,,,,,,,,

1 min
9


ମେଘ ତୋର ରିମ ଝିମ ସ୍ୱର ସଂଳାପ 
ତୋର ଘୋ ଘୋ ବର୍ଷାର ଆଳାପ 
ତୋ ଝିଙ୍କାରୀ ସ୍ଵନରେ ଗଳପ 
ବେଙ୍ଗ କେଁ କଟର ରଡିର ଉତ୍ତାପ 
ସବୁ ମିଶି ବର୍ଷା ଗଜଲରେ ହିମତାପ 
ମେଘ କୁନ୍ତଳରେ ପୁଲ ଚଅଁର 
ମେଘ ପାଦରେ ଛମ ଛମ ମଲ୍ହାର 
ବେଣୀରେ ଠାଣିରେ ଫୁଲ ଶତ କଦମ୍ବବନର 
ପ୍ରଜାପତି ଛାନିଆଁ ଫୁଲ କନିଆଁର କିମିଆ 
ଭଅଁର ବି ମନମାରି ଦିଶେ ହତାସିଆ ଆଗୁଆ 
ଝଡି ପୋକ ଦାଉ ହାଉ ହାଉ
ପିମ୍ପୁଡିର ଭାଉ ସଞ୍ଚିଛି ବର୍ଷ ଆସୁ ଯାଉ
ଝୀଂଟିକା ପାଏ ସଜା ଯେଣୁ ଅମାନିଆଁ 
ସାଧବବୋହୁ ମୁଁହଁ ଲୁଚାଇ ଖୋଜେ ଧୂଆଁ 
ଉଷୁମ ସିନା ଦେହ ମନ ଉଦାସିଆ 
ମେଘ ପା ଦେଇଛି ଢାଙ୍କି କଳାଚାଦର ଚାନ୍ଦୁଆ
ମେଘ ଘଡଘଡି ଚଡ଼ଚଡି ବିଜୁଳି ଟହଲିଆ 
ଖୋଜେ ପଲକ ପୁଲକ ଦେଖାଇ କରାମତିଆ


Rate this content
Log in

Similar oriya poem from Action