STORYMIRROR

Pradeep Kumar Panda

Inspirational

4  

Pradeep Kumar Panda

Inspirational

କଳା ଗୋବିନ୍ଦ

କଳା ଗୋବିନ୍ଦ

1 min
212


    ମହ ମହ ବାସେ ଯା'ର 

        ମହାପ୍ରସାଦ

     ସେ କଳା ଗୋବିନ୍ଦ 

    ଯା' ନାମକୁ ସରି ନୁହେଁ 

        ସ୍ୱର୍ଗ ସମ୍ପଦ

     ସେ କଳା ଗୋବିନ୍ଦ........ ||

   ଯା'କ୍ଷେତ୍ର ମର୍ତ୍ତ୍ୟ ବୈକୁଣ୍ଠ 

    ଲାଗିଛି କୈବଲ୍ୟ ହାଟ

    ପତିତ ଉଦ୍ଧାର ପାଇଁ 

    ଲଗାଇଛି କେତେ ନାଟ

    ଯା' ପାଖରେ ସାନ ବଡ 

       ନାହିଁ ପ୍ରଭେଦ

     ସେ କଳା ଗୋବିନ୍ଦ........ ||

    ବଡ ଦାଣ୍ଡ ବଡ ଧ୍ୱଜା 

    ଠାକୁର ଭିତରେ ରାଜା

    ନିଇତି ଛପନ ଭୋଗ 

    ଯା' ପାଇଁ ରହିଛି ଖଞ୍ଜା

   କୋଠ ଭୋଗଖିଆ ନାମେ 

       ବିଶ୍ୱ ପ୍ରସିଦ୍ଧ

     ସେ କଳା ଗୋବିନ୍ଦ........ ||

   ଚକା ଚକା ଆଖି ଯା'ର 

   ଭକ୍ତଙ୍କୁ କରେ ବିଭୋର

   ମଣିମା ମଣିମା ବୋଲି 

   ପଡୁଛି କୋଟି ଜୁହାର

   ଭକତ ଭାବରେ ବନ୍ଧା 

      ଗୁରୁ ଗୋବିନ୍ଦ

    ସେ କଳା ଗୋବିନ୍ଦ......... ||

   ନାହିଁ ସିନା ଗୋଡ ହାତ 

    ପ୍ରଭୁପଣେ ବଳବନ୍ତ

    ଭକ୍ତିରେ ଡାକିଛି ଯିଏ 

   ପୂର୍ଣ୍ଣ ତା'ର ମନୋରଥ

    ଦୀନ ଆରତ ନାଶନ 

      ଦାରୁ ମୁକୁନ୍ଦ

    ସେ କଳା ଗୋବିନ୍ଦ.......... ||


Rate this content
Log in

Similar oriya poem from Inspirational