Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Abstract Classics Inspirational

4.5  

Kalpana Satapathy

Abstract Classics Inspirational

କଳା ଧଳା ଛାଇ

କଳା ଧଳା ଛାଇ

1 min
163


କଳା ଆଉ ଧଳା ରଙ୍ଗର ପେନ୍ଥା ପେନ୍ଥା

ହୋଇ ଝୁଲୁଥିବା ସୁଖ ଓ ଦୁଃଖ ର

ଦୁଇଟି ବୃକ୍ଷର ଜୀବନ ଗଳିର କାହାଣୀ

କିଛି ବାସ୍ତବ କିଛି ଅବାସ୍ତବ ର ରୂପ ରେଖ

ଏକଥା କେହି ନ ପାରନ୍ତି ଜାଣି।

କଳା ଓ ଧଳା ଦୁଇପ୍ରକାରର ବିପରୀତ

ଶବ୍ଦ ହେଲେ ବି, ତା'ର ତର୍ଜମା ଅନେକ

ଛାଇ ଖୋଜୁଥାଏ ସାଗର ର ଠିକଣା

କେତେ ଦୂର ଯାଏ ଲମ୍ବି ଯିବ ତାର ପକ୍ଷ

ତା'ର କିଛି ବି ନଥାଏ ଠିକଣା 

କଳା ଧଳା ଘୋଡ଼ା ଘେନି ଦୁଇ ଭାଇ

ଆସିଥିଲେ ମାଣିକ ପାଟଣା

କଳା ଧଳା ରଙ୍ଗ ଛାଇ ହୋଇ

କାହାଣୀ ରଚିଲା ଏକଥା କିଏ ବା ନ ଜାଣି।

ସବୁ ଅନ୍ତର ବେଦନା ଦୂର ହୋଇଗଲା

ପ୍ରଭୁ ନିଜେ ସ୍ବହସ୍ତରେ ଟେକି ଦେଲେ ହାତ

ମାଣିକ ଦହି ଦେଇ ରଚିଗଲା ଇତିହାସ।

ଭକ୍ତର ହୃଦୟକୁ ଛୁଇଁ ଦେଇ

ପ୍ରଭୁ କଳା ଓ ଧଳା ର ଲଗାଇ ଲେ ଟୀକା

କଳା ଓ ଧଳା ଘୋଡ଼ା ଘେନି ଦୁଇ ଭାଇ

ଚାଲିଗଲେ ରାଜା ପାଇଲେ ମନରେ ଧୋକା।



Rate this content
Log in

Similar oriya poem from Abstract