STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଶ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ଶ)

1 min
114

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-ଶ

କବିସୂର୍ଯ୍ୟ ବଳଦେବ ରଥ


ରାଗ-ନଳିନୀଗୌଡା


ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ହେଲା ସଫଳ(ପଦ)

ଶର୍ବରୀ ନିଦ୍ରା ବିନା ଗଲା କି ସରି,ଶମ୍ବରପରପୁର କଲ କି ଜୁରି(1)

ଶ୍ରୀଅଙ୍ଗ ବେଶ କିମ୍ପାଏପରି ଆଜ, ଶରଦଚନ୍ଦ୍ର ଚୁମ୍ବୁ ନାହିଁକି ଲାଜ(2)

ଶିଶୁ ହେଲେହେଁ ତୁମ୍ଭେ କଲଭସରି, ଶଶକିଶୋରୀଚିକି ଦେଲ ଯେ ସାରି(3)

ଶିରୀଷମାଳା ଦଳିଦେଇ କୁଠାରେ, ଶଙ୍କାନକଲ ସଖାମାନଙ୍କ ଠାରେ(4)

ଶରମପ୍ରଦ ଆଜସରିକି ହେଲା,  ଶମନସ୍ୱସା-  ତଟ     - ଅଟବୀବୁଲା (5)

ଶୀର ସୁନ୍ଦର ଦିଶେ ଯାବକ ବୋଳେ,ଶରଣ ବୋଲିକି ପଡିଲି ପା ତଳେ(6)

ଶପଥ ଶତ ଅଛି କହଟି ସତେ, ଶ୍ରୀ ବାଲୁକେଶ ନୃପ ରଚିଲେ ଗୀତେ(7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics