Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ନ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ନ)

1 min
197


ରାଗ-କାମୋଦୀ


ନବ ବିଳାସିନି ରେ , ନକ୍ଷତ୍ରେଣ-ହାସିନି (ପଦ)

ନାହିଁ ବୋଲିବା ବାଣୀ          ନିପଟ ନାହିଁ ଶୁଣି,

ନଳିନାକ୍ଷି ରେ ହୋଇ କିସ ହେବ,

ନନ୍ଦନନ୍ଦନ ପ୍ରେମା,           ପ୍ରେମାରେ ନୁହେଁ ଜମା,

ନିତମ୍ବିନୀଙ୍କି ଯେବେ ଗତି ଥିବ(1)


ନିଷ୍ଠୁର ଗୁଣ କୁଳି-          ଶରୁ ପଡିଛି ବଳି,

ନିଶ୍ଚୟ,ତିନି ବର୍ଣ୍ଣ ନାହିଁ ଲେଖି,

ନାଗରୀବି ମୋହନ,          ମନ୍ତ୍ର ମାତ୍ରକ ମନ

କପଟ ସମ୍ପୁଟରେ ଅଛି ରଖି(2)


ନିନ୍ତରାୟ ରସ-           ପ୍ରସାରଣେ ପିୟୁଷ

ଧାରାଧିକାରକାରୀ ପରି ଲାଗେ,

ନିମିଷକରେ ଜ୍ୱାଳା         ଜନ୍ମାଏ ଜିଣି ହାଳା-

ହଳକୁ ଯେ ସଙ୍ଖାଳି ମହାନାଗେ(3)

 

ନିଶି ଦିନ ଶୟନ             ନ ଜାଣଇ, ନବୀନ

ବିସିନୀଦଳ ଶେଯ ଯାଏ ଜଳି,

ନୀପବନ ପବନ              ନିର୍ଦ୍ଧୂମଶିଖ ଧନ-

ଞ୍ଜୟ ଝାସରୁ କରେ କଟୁକେଳି(4)


ନିନ୍ଦାର ନିକେତନ          ହୋଇବୁ ରେ ନୂତନ

ମନ୍ଦାର –ବିମ୍ବ- କୁରୁ ବିନ୍ଦା ଧରା,

ନିଶା- ରମଣ- କର -        କଳିକା –କଣ- ତୋର,

ହୋଇଯିବ କଳ୍ପାନ୍ତକାଳ ଖରା (5)


ନ ବରଷରୁ ଉଣା          କାଳୁ ତ ଅଛି ଜଣା

ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ,

ନବନୀରଜ କୋଷ -        ନୀଭ ତୋ କୁଚ କିସ

ଅଣ୍ଟିବ କଣ୍ଠୀରମଧ୍ୟା ଘେନ(6)


ନିବେଦନ କରୁଛି          କରକଞ୍ଜ ଧରୁଛି

ହେଲେ ହେଉ ଅରୁଚି ନିଦ୍ରାହାରେ,

ନରନାଥ ଶ୍ରୀହରି –

       ଚନ୍ଦନ ବନ୍ଦେ ଗୋରି

ନ ରସ ନୀଳବାହା ମୁଦ୍ରାହାରେ(7)


Rate this content
Log in