STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଢ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଢ)

1 min
443


ରାଗ-ଦେଶାକ୍ଷ

ଢାଳେ ତ ଢାଳିଲୁ ନାହିଁ କୃପା ସୁଧା ଝରିକି ରେ (ପଦ)

ଢକକା ବାଜୁଥାଇ ବ୍ରଜେ,         ଲଳିତାର ହୃଦମ୍ବୁଳେ,

କରୁଣା ଅଛି ବୋଲି ଯା ନେଲା କେ ତା ହରିକି ରେ (ପଦ)

ଢୋଳାଇଲା ପରି ଢଳି,          ତଳେ ପଡିଯିବା ଭଳି,

ହେଲିନି ଯେ କୁନ୍ଦକଳିଦଶନା ଏ ସରିକି ରେ (2)

ଢୁଳାଇ ଦେଲେ ତୃଷିତ,          ଚକୋର ଚଞ୍ଚୁରେ ଶୀତ-

ଭାନୁଚନ୍ଦ୍ରିକାକୁ ବିତଯାଏ କିଛି ସରିକିରେ (3)

ଢୋକୁଟିକୁ ସିନା ହଟି,        ମୋ ସାର ଯାଉଛି ତୁଟି,

ପିଇ ଦିଅନ୍ତିକି ଗୋଟିଯାକ ସେ କିଶୋରିକି ରେ (4)

ଢବା-ତନାବିରୁ ଗୋପ -ନଗରୀର              ବନ୍ଦେ ଭୁପ

ବାଲୁକେଶ ଦେବ ନୀପ କୁଞ୍ଜପୁଞ୍ଜ ସରିକି ରେ (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics