STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଚ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଚ)

1 min
268


କବିସୂର୍ଯ୍ୟ ବଳଦେବ ରଥ-ଚ

ରାଗ-ପଞ୍ଚମ ବରାଡି


ଚାହିଁ ଚାହିଁ ତୋ ସରଣୀ କକୁଭକୁରେ ତରୁଣୀ ଚିତ୍ରାର୍ପିତ ପରି ଥିଲି ବସି । ଚିତ୍ର ମଣିଲି ମୁଁ ତତେ,

ଚାହିଁ ଯା ଅତରକିତେ ଚାରିଚକ୍ଷୁ ମିଶାଇଲୁ ଆସି ରେ,ଚକାପାଙ୍ଗି,ଚନ୍ଦ୍ରରୁ ଚିପୁଡି ସୁଧା ଝରି,ଚିରତୃଷିତର,ମୁଖେ ଭରି,ଚାତୁର୍ଯ୍ୟ କୃପାଳୁ ଗୁଣ-ନିଧି ରଖିଲୁକି ପ୍ରାଣ ଘେନିଲି ମୁଁ ଏତେ ସରି କରି ରେ(1)


ଚେତା ଥିଲା ପରି କିଛି ପ୍ରତିତ ହେଉଅଛି, ଚିକ୍କଣ ତ ଦିଶୁଛି ମୋ ଦେହ । ଚିହ୍ନିକି ଲାଞ୍ଛନ ସତେ

ଚାମର ଚିକୁରା ମୋତେ ଚହକାଇ ଚପଚାରିଲୁ କହରେ,ଚକାପାଙ୍ଗି,ଚୁମ୍ବି ରବିନନ୍ଦନାର ନୀର, ଚନ୍ଦ୍ରିକାଚୟ ତୁଷାର ସାର, ଚାରୁ ମାରୁତରୁ ତରୁ-ତଳ ଶୀତଳ ହେତୁରୁ ଚିନାଏ ତ ଖେଦ ନାହିଁ ମୋର ରେ (2)


ଚାରି ହରିତରେ ଘେରି ଚରାଉଥାନ୍ତି ବାଛୁରୀ ଚୂଳ ମୁକୁଟିଆ ସଖାମାନେ । ଚିରାମରା ଶୃଙ୍ଗ ବେଣୁ, ବାଦ୍ୟନାଦ ଶୁଣୁ ଶୁଣୁ , ଶେଷ ହୁଏ ଦିନ ଦିନେ ଦିନେ ରେ, ଚକାପାଙ୍ଗି,ଚୁମ୍ବି ବାରୁଣୀକି ଦିନଦ୍ୟୁତି, ଚପଳେ ଅମ୍ବର ବରଜନ୍ତି, ଚରମ ଭାଗ ମୋ ଭାରି, ଲାଗିନାହିଁ ଭ୍ରମେ ଡରି , ଚମକି ତ ନାହିଁ ମୋର ଛାତିରେ(3)


ଚାମୀ କରଡାରୁ ଶିରୀ –ମତୀ ସେ କେଉଁ ଅମରୀ, ଚାଖି ନାହିଁ ଦିନେ ମୋ ନୟନ । ଚମତ୍କାର କଥା ଦେଖି ପେଟରେ କପଟ ରଖି, ତୋତେନିକି ନ କହନ୍ତି ଘେନ ରେ, ଚଳାପାଙ୍ଗି, ଚରାଚର ଚାଲି ଭୟମୟ, ଚକଟି ଦେଲୁ ମୋ ହୃଦାଶୟ, ଚରଣ ଯୁଗକୁ ତୋର ଅଷ୍ଟଦୁର୍ଗେଶ୍ୱର, ଚୋରି ନାହିଁ ଥିଲେହେଁ ବଞ୍ଚାଅ ରେ ।(4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics