STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

କିଶୋର ପ୍ରାଣର ସ୍ବପ୍ନ

କିଶୋର ପ୍ରାଣର ସ୍ବପ୍ନ

1 min
143

କିଶୋର ପ୍ରାଣର ସ୍ବପ୍ନ

ଛୋଟିଆ ମନର ଭାବ ନିଆରା

ବାପ ସହ ଠିଆ ପୁଅର ଭାବ

ବାପ ପରି ହେବା ସପନ ତାର

ବାପ ପରି ସତେ ସେ ଦିନେ ହେବ

ମା ଆଖିର ସେ ମଉଡ ମଣି

ସ୍ନେହ ପ୍ରେମ ସହ ସତରେ ଧନୀ

ବଡ ହୋଇ ଦିନେ ନାମ କରିବ

ମଣିଷ ଭିତରେ ଗଣା ହୋଇବ

କେତେ କଥା ଅଛି ଏ ଦୁନିଆରେ

ଶିଖି ଚାଲିଥାଏ ସେ ଧୀରେ ଧୀରେ

ଯେତେ ବଡ ହେଉଥାଏ ବାଳକ

ଶିଖୁଥାଏ ନୂଆ କଥା ଯେତେକ

ଧିରେ ଧିରେ ବଳ ଆସେ ହାତରେ

ସବୁ କରିବାକୁ ମନ ହୁଏ ତା ପରେ

ସ୍ଵପ୍ନ ଦେଖେ ସେ ନୂଆ ଦୁନିଆର

ଯେଉଁଠି ସବୁ ଭଲ ହେବ ସବୁର

ଯେତେ ଦୁଃଖୀ ରଙ୍କି ଅଛନ୍ତି ଏଠି

ସ୍ଵପ୍ନ ଦେଖେ ଭଲ ହେବ ସବୁଠି

ମା ବାପା ତା ଉପରେ ହେବେ ପ୍ରସନ୍ନ

ଯୁବକ ମନରେ ଥାଏ ଏ ସ୍ବପ୍ନ

ପରିବାରରେ ସବୁ ଭଲ ହୋଇବ

ଘରେ ସବୁବେଳେ ଖୁସି ରହିବ

ସପନ ଦେଖେ ସେ କେତେ ପ୍ରକାର

କାମ କରିବାକୁ ହୋଇ ଆଗଭର

ଭଲ କଥା ଭଲ କାମ କରିଲେ

ପୁଅ ପାଇଁ ମନ ନାଚେ ଖୁସିରେ

ଯଦି ଯାଏ ଭୁଲ ସାଙ୍ଗରେ ମାତି

ସ୍ଵପ୍ନ ସବୁ ଧୋଇଯାଏ ଲୁହରେ

ସପନ ସତ ହୁଏ ସେତେବେଳେ

ପୁଅ କଥା ସବୁ ମାନେ ଯେତେବେଳେ

ପୁଅ ପରା ସତ କରେ ସ୍ବପ୍ନକୁ

ବଂଶ ରକ୍ଷା କରି ରଖେ ମାନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics