କିପରି ସନ୍ତାନଟା ଭୁଲେ ମା କୁ
କିପରି ସନ୍ତାନଟା ଭୁଲେ ମା କୁ


କୁଣ୍ଢେଇ ରଖେ ଯେ ଖଣ୍ଡ ଖଣ୍ଡ ହେବା
ପରେ ନିଜର ସରଳପଣକୁ
ଜାଣି ଵି ନଜାଣିଵାର ନିଆରା ଅଭିନୟ
କରେ ସମ୍ପର୍କେ ସ୍ୱାର୍ଥପରଙ୍କୁ |୧|
ଭାବପ୍ରବଣତା ମଧ୍ୟରେ ତିଳ ତିଳ କରି
ଜଳାଇ ଥାଏ ଯିଏ ନିଜକୁ
ନରଖେ ପାତର ଅନ୍ତର ଆଚରଣରେ,
ସ୍ନେହ, ଶ୍ରଦ୍ଧା ସରାଗକୁ |୨|
ଶବ୍ଦ, ସ୍ୱପ୍ନ, ଓ ସ୍ପନ୍ଦନ ରେ ଧରି ରଖେ ହୃଦୟରେ
ପ୍ରତ୍ୟେକଟି ସନ୍ତାନର ମୁହଁକୁ
ଆକାଶ ଛିଡ଼ି ପଡ଼ିଲା ପରି ମନେହୁଏ ଯଦି ଦୁଃଖ
କେବେ ଆସେ ନିଜ ସନ୍ତାନକୁ |୩|
କିପରି ସ୍ୱାର୍ଥରୂପୀ ସନ୍ତାନଟା ଲହ ଲହ ଲମ୍ବା
ଜିହ୍ଵା ମେଲି ଭୁଲି ଯାଏ ମା କୁ
ଆନ୍ତରିକତା ନଦେଖାଏ, ମୂଲ୍ୟହୀନ ଅର୍ଥହୀନ
ଭାବିପାରେ ମା ର ସ୍ନେହର ସମ୍ପର୍କକୁ |୪|