କିପରି ଲେଖିବି କବିତା
କିପରି ଲେଖିବି କବିତା
ସ୍ମୃତିର ଧାରେ ଲେଖି ବାକୁ କିଛି,
ଧରି ଅଛି ମୋ କଲମକୁ l
ଲେଖିଥାନ୍ତି, ରୋକିଦେଲି ଦେଖି ତୁମ,
ଅଶ୍ରୁଭିଜା ନୟନକୁ l
ତୁମ ଅଶ୍ରୁ ସହି ପାରେନି କାହିଁକି କେଜାଣି,
ତୁମ ହସ ଭାରି ଭଲଲାଗେ l
ଭୁଲାଇ ଦିଏ....
ଲେଖିବାର ସମସ୍ତ କାହାଣୀ l
ତୁମ ମୌନ ମୁହଁ,
ମୋତେ ଦିଏ ପାଗଳ କରି l
ମୁଁ ଚେୟାର ରେ ବସିଯାଏ,
ଜଡ ମୂର୍ତ୍ତିଟିଏ ପରି l
ତୁମଠୁ ଦୂରରେ ରହି...
ଲେଖିବାକୁ ଚେଷ୍ଟା କଲି,
କିନ୍ତୁ, ଚକ୍ଷୁର ଲୋତକରେ
କାଗଜକୁ ଓଦା କରିଦେଲି l
ତୁମେ କୁହ ସତରେ କିପରି ଲେଖିବି?
ସେହି ସମସ୍ତ ସ୍ମୃତି.......
ସଦାବେଳେ ମୋ ଆଖିରେ ନାଚେ,
ତୁମର ସେହି ପ୍ରତିମୂର୍ତ୍ତି l
ସ୍ମୃତିର ଧାରେ ଧାରେ ଲେଖି ପାରିଲିନି,
ସେହି କାହାଣୀକୁ....
ଖାଲି ଲେଖିଦେଲି ତୁମ ଉପସ୍ଥିତି, ଅନୁପସ୍ଥିତିର,
କ୍ଷୁଦ୍ର ଅନୁଭୂତିକୁ l
ସୁକାନ୍ତି ହୋତା