କିଏ ସେ ବୁଝିବ ତାହାର ଲୀଳା
କିଏ ସେ ବୁଝିବ ତାହାର ଲୀଳା
ସଖି ଦେଖ ଲୋ.......
ବଡଦାଣ୍ଡେ ଉଭା ସେହି.
କେତେବେଳେ ସାଜେ ବରବେଶ ପରା
କେତେବେଳେ କନ୍ୟା ହୋଇ.
କେତେବେଳେ ପିତା କେତେବେଳେ ମାତା
କେତେବେଳେ ପୁଅ ହୋଇ.
କେତେବେଳେ ହୁଏ ଜଗତକରତା
ସଖା ସହୋଦର ଭାଇ. l0l
କେତେବେଳେ ହୁଏ ସୁନାରେ ଛାଉଣୀ
କେତେବେଳେ ପିତାମ୍ବରୀ.
କେତେବେଳେ ପିନ୍ଧେ ତୁଳସୀର ମାଳ
ଅଗରୁ ଚନ୍ଦନ ଘୋରି.
କେତେବେଳେ ଶୁଏ ଖଟରେ ସେ ଯାଇ.
ପହଡ଼ ପକେଇ ଦେଇ. l1l
କେତେବେଳେ ଥାଏ ଭକତ ସାଥିରେ
କେତେବେଳେ ଲୁଚକାଳି.
ଭକତ ହୃଦୟ ଜପାମାଳି ସିଏ
ନାମ ତାର ବନମାଳୀ.
ସବୁଠାରେ ଥାଇ କୋଉଠି ନ ଥାଇ
ସବୁଥିରେ ଜିଣି ଥାଇ. l2l
