STORYMIRROR

Kalandi pal

Inspirational

3  

Kalandi pal

Inspirational

କିଏ ସେ ବୁଝିବ ତାହାର ଲୀଳା

କିଏ ସେ ବୁଝିବ ତାହାର ଲୀଳା

1 min
225

ସଖି ଦେଖ ଲୋ.......

  ବଡଦାଣ୍ଡେ ଉଭା ସେହି.

କେତେବେଳେ ସାଜେ ବରବେଶ ପରା

  କେତେବେଳେ କନ୍ୟା ହୋଇ.

କେତେବେଳେ ପିତା କେତେବେଳେ ମାତା

  କେତେବେଳେ ପୁଅ ହୋଇ.

କେତେବେଳେ ହୁଏ ଜଗତକରତା

  ସଖା ସହୋଦର ଭାଇ. l0l


କେତେବେଳେ ହୁଏ ସୁନାରେ ଛାଉଣୀ

  କେତେବେଳେ ପିତାମ୍ବରୀ.

କେତେବେଳେ ପିନ୍ଧେ ତୁଳସୀର ମାଳ

  ଅଗରୁ ଚନ୍ଦନ ଘୋରି.

କେତେବେଳେ ଶୁଏ ଖଟରେ ସେ ଯାଇ.

  ପହଡ଼ ପକେଇ ଦେଇ. l1l


କେତେବେଳେ ଥାଏ ଭକତ ସାଥିରେ

  କେତେବେଳେ ଲୁଚକାଳି.

ଭକତ ହୃଦୟ ଜପାମାଳି ସିଏ

  ନାମ ତାର ବନମାଳୀ.

ସବୁଠାରେ ଥାଇ କୋଉଠି ନ ଥାଇ

  ସବୁଥିରେ ଜିଣି ଥାଇ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational