"କିଏ ଏଠି ଜଗତର ନାଥ ?"
"କିଏ ଏଠି ଜଗତର ନାଥ ?"
ଜୀବନରେ କିଛି ନାହିଁ ବୋଲି
ଦୁଃଖ ଅଛି ସାଥେ
ଭକ୍ତିର ଭୋକ ମେଣ୍ଟୁନି ଆମ
ତେଣୁ ଆଜି ପାଶେ
ଏ ସମାଜଟା ଟିକିଏ ପଙ୍କୁଆ
ଜାତିଆଣ ଭାବେ
ଘର ନପସୁଣୁ ଦ୍ୱାରଦେଶେ
ଛି ..ଛାକର ଶୁଭେ
ଶୁଣୁନ ଏ ଦୁଃଖୀ ,ରଙ୍କୀ ଡାକ
ତୁମେ ବି ସେମିତି
କିଏ ଏଠି ଜଗତର ନାଥ
ସବୁ 'ତ' ପଡିଛି
ସଂସାର ଖୋଜୁଛି
