STORYMIRROR

linki barik

Inspirational Others

4  

linki barik

Inspirational Others

"କିଛି ଶେଷ କଥା"

"କିଛି ଶେଷ କଥା"

1 min
309

ବସନ୍ତ ଫଗୁଣର ମଧ୍ଯଦେଶରେ

ଝରାଶ୍ରାବଣେ ନିଦାଘ କିରଣେ,

ପ୍ରଣୟ ସଙ୍ଗୀତେ ହଜିଲା ଅତିତେ

ପ୍ରବୀଣ ପ୍ରେମର ସୁନାଝରା ଦିନେ,

ଦେଇ ଯାଇଥିଲ କିଛି ବ୍ୟଥା

ସେ ବ୍ୟଥା ଥିଲା ମୋ ପାଇଁ ଶେଷ କଥା।


ଭାବୁକ ମନ ଥିଲା ଆଲୋଡନ

ଚକ୍ଷୁ ତୁମ ପ୍ରତିକ୍ଷାରେ,

ହେଲେ ତୁମେ ରହିଲ ଆବଦ୍ଧ

ତୁମର ସେ ଶେଷ କଥାରେ।


କାଠରତ ଭାବି ହୃଦୟକୁ ମୋର

କଲ ଖଣ୍ଡ ବିଖଣ୍ଡିତ,

ଶେଷ ଫଗୁଣକୁ ସାଥିରେ ନେଇ

ଗାଉଛି ମୁଁ ପ୍ରିତୀ ସଙ୍ଗୀତ।


ପ୍ରିତୀ ପିଆଲାରେ ଭରିଥିଲା ମୋର

ଦେହେ ଅଦିନିଆ ଜର,

ଫଗୁଣ ସାଥିରେ ହାସ୍ୟମୁଖ ତୁମ

ଆଣିଥିଲା ପ୍ରୀତି ଜୁଆର।


ବିପଳିତ ମନ ଉତ୍ଫୁଲିତ ପ୍ରାଣ

ଉଲ୍ଲସିତ ଥିଲା ଜୀବନ,

ହେ ଫଗୁଣ ତୁମେ ଚାଲିଯାଅ ସତେ

ଆଉ ନଦେଇ କଷଣ।


ବସନ୍ତ ଫଗୁଣର ମଧ୍ଯଦେଶରେ

ଝରାଶ୍ରାବଣେ ନିଦାଘ କିରଣେ,

ପ୍ରଣୟ ସଙ୍ଗୀତେ ହଜିଲା ଅତିତେ

ପ୍ରବୀଣ ପ୍ରେମର ସୁନାଝରା ଦିନେ,

ଦେଇ ଯାଇଥିଲ କିଛି ବ୍ୟଥା

ସେ ବ୍ୟଥା ଥିଲା ମୋ ପାଇଁ ଶେଷ କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational