କିଛି ପ୍ରେମୀ
କିଛି ପ୍ରେମୀ
କିଛି ପ୍ରେମୀ ପ୍ରେମ ପାଇଁ କେବେ କେହି
କାଟନ୍ତି ନିଜ ହସ୍ତକୁ ।
ପଚାରିଲେ ଉତ୍ତର ଦିଅନ୍ତି ଭାଇ
ପ୍ରେମକୁ ଯେ ପାଇବାକୁ ।।
ମନେ ପ୍ରଶ୍ନ ଆସେ କଣ ପ୍ରେମ ଥିଲା
କହି ହାତ କାଟିବାକୁ ।
ନା ଏ ବୃଥା ପାଗଳାମି ନା ନାଟକ
ଶରୀର କଷ୍ଟ ଦେବାକୁ ।।
ପ୍ରେମ ମାନେ ଯଦି ଯେ ଠିକ୍ ବୁଝିଛି
ପ୍ରେମକୁ ପାଖେ ଦେଖିଛି ।
ଦେଖ ଚିକିତ୍ସାଳୟେ ବୁନ୍ଦାଏ ରକ୍ତ
ଲାଗି ରୋଗୀ କାନ୍ଦୁଛି ।।
କାହିଁକି ନା ବୁନ୍ଦାଏ ରକ୍ତେ ହୁଏତ
ଜୀବନ ବଞ୍ଚି ଯାଆନ୍ତା ।
ଗୋଟେ ପରିବାର ଗୋଟିଏ ସଦସ୍ୟ
ମୃତ୍ୟୁରୁ ଫେରି ପାରନ୍ତା ।।
ହୁଏତ ରଚା ହୁଅନ୍ତା ନୂଆ ପ୍ରେମ
ସମ୍ପର୍କର ଯେ କାହାଣୀ ।
ବସୁଦେବ କୁଟୁମ୍ବକମ୍ ପୁଥିବୀ
ପରିବାରର ଯେ ବାଣୀ ।।
