STORYMIRROR

Kalpana Kumari Pradhan

Romance

4  

Kalpana Kumari Pradhan

Romance

କିଛି ମୁହୂର୍ତ୍ତ

କିଛି ମୁହୂର୍ତ୍ତ

1 min
427

ବ୍ୟସ୍ତ ଜୀବନ ରୁ

ବିରତି ନେଇ, ସାଥୀ

କିଛି ମୁହୂର୍ତ୍ତ ମୋ ସାଥେ ବସିବ କି?


ଅତୀତ ଦିନ ର

ସ୍ମୃତି ମନ୍ଥନ ରେ, ସାଥୀ

କିଛି ମୁହୂର୍ତ୍ତ ମୋ ସାଥେ ଚାଲିବ କି?

ପହିଲି ଶ୍ରାବଣ ର

ପ୍ରୀତି ବରଷା ରେ, ସାଥୀ

କିଛି ମୁହୂର୍ତ୍ତ ମୋ ସାଥେ ଭିଜିବ କି?

ଜୀବନେ ଗଗନ ରେ

ତାରକା ହୋଇ,ସାଥୀ

କିଛି ମୁହୂର୍ତ୍ତ ମୋ ସାଥେ ଝଲସି ବ କି?

ହୃଦୟ ଉଲ୍ଲାସେ ମୋର

ଯେଉଁ କଥା ଶୁଣି, ସାଥୀ

କିଛି ମୁହୂର୍ତ୍ତ ପୁଣି ସେ କଥା ଭାଷିବ କି?

ପ୍ରେମ ଉପବନେ  

ଭଅଁର ଟେ ସାଜି, ସାଥୀ

କିଛି ମୁହୂର୍ତ୍ତ ପ୍ରିତି ଆସ୍ପଦନ କରିବ କି?


ତୁମ  ଅଗଣା ରେ

ପୂଜାରିଣୀ ଟି ମୁଁ, ସାଥୀ

କିଛି ମୁହୂର୍ତ୍ତ ମୋ ଦେବତା ସାଜି ବସିବ କି?

ସଂସାର ସମୁଦ୍ରେ ଜୁଆର

ଛାତି ମୋ ଥରାଏ, ସାଥୀ

କିଛି ମୁହୂର୍ତ୍ତ ମୋ ଢାଲ ତୁମେ ସାଜିବ କି?

କର୍ମ ଜଞ୍ଜାଳ ରେ

ବ୍ୟଥିତ ଆମେ ଦୁହେଁ, ସାଥୀ

କିଛି ମୁହୂର୍ତ୍ତ ବିହଙ୍ଗ ସାଜି ମୁକ୍ତେ ଉଡିବା କି?

ପର୍ବତ ଠୁ ଦୃଢ଼

ତୁମ ମନୋବଳ ଯେ, ସାଥୀ

କିଛି ମୁହୂର୍ତ୍ତ ବଳେ ବଳିୟାନ ହୋଇବି କି?

ପ୍ରୟାଣ କାଳ ରେ

ତୁମରି କୋଳ ରେ, ସାଥୀ

କିଛି ମୁହୂର୍ତ୍ତ ସେ ସୌଭାଗ୍ୟ ଅବା ଲଭିବି କି?

କିଛି ମୁହୂର୍ତ୍ତ କି

ପ୍ରତିଦାନେ ପାଇ, ସାଥୀ

କିଛି ମୁହୂର୍ତ୍ତ ସ୍ବର୍ଗୀୟ ଆନନ୍ଦ ମରତେ ଲଭିବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance