Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Pati

Inspirational

3  

Debashis Pati

Inspirational

କିଛି କଥା ରହିଯାଏ

କିଛି କଥା ରହିଯାଏ

1 min
1.0K


କିଛି କଥା ରହିଯାଏ

କହି ହୁଏ ନାହିଁ

ନ କହିଲେ କ'ଣ

ସତରେ ବୁଝି ହୁଏ ନାହିଁ!


କହିବି କହିବି ବୋଲି

କହିନି ତ କେବେ

ଚାପି ରଖିବାକୁ ମୋତେ 

ତୁମ ହୃଦୟ ସ୍ପନ୍ଦନରେ

ପଚାରିନି ବି କେବେ!

ସ୍ୱପ୍ନ ଟିଏ ତମେ ହେଇଯାଅ

ମୋ ଅବୁଝା ନିଦରେ,

ନାକେବେ ବି କହିଛି

ହାତ ଧରି ଚାଲିବକି ମୋ ସାଥିରେ

ଲମ୍ବା ଏଇ ଜୀବନ ରାସ୍ତାରେ ।


ନୀରବତା ବୁଝିଥିଲା ସମ୍ପର୍କ!

ତମେ କିନ୍ତୁ ଵୁଝି ଅବୁଝା ରହିଗଲ

କହିଥିଲେ ତମେ ବି କହି ପାରିଥା'ନ୍ତ

ଅମୀମାଂସିତ ରହିଗଲା ସବୁକିଛି

ସ୍ମୃତି ଟିଏ ହୋଇଗଲା ଯାହା

ସମ୍ପର୍କ ଅତୀତ ପୃଷ୍ଠା ରେ ।


Rate this content
Log in

Similar oriya poem from Inspirational