STORYMIRROR

Narayan Sethi

Romance

4  

Narayan Sethi

Romance

କିଛି ଭାବୁଛି ପୁଣି କିଛି ଲେଖୁଛି

କିଛି ଭାବୁଛି ପୁଣି କିଛି ଲେଖୁଛି

1 min
316


ମନରେ ଅନେକ କଥା ଅଛି 

କହିବି କହିବି କହୁଛି

ହେଲେ କହି ପାରୁନି 

ଖାଲି ତା କଥା ଭାବି ଭାବି 

ପ୍ରତିଟି ମୁହର୍ତ୍ତ ନୀରବ ରହିଯାଉଛି 

କିଛି ଭାବୁଛି ପୁଣି କିଛି ଲେଖୁଛି ।



ହଁ... ଏଇ ନିରୋଳା ରାତିରେ 

ମୋ ଆଖିର ପଲଙ୍କ ପଡ଼ିବା ମାତ୍ରେ 

ସ୍ୱପ୍ନ ରେ ଆସେ ସେ ବାରମ୍ବାର 

ଆଉ ନିଦରୁ ଉଠାଇବାକୁ ସେ ଚେଷ୍ଟା କରେ ।


ତଥାପି ... 

ଭାବୁଛି କହିବି ହଁ କହିବି ବୋଲି 

ହେଲେ ସାହସ ହେଉନି 

ପୁଣି ଚୁପ ହୋଇ ଯାଉଛି 

କିଛି ଭାବୁଛି ପୁଣି କିଛି ଲେଖୁଛି ।


ଯେମିତି ମୋତେ ଲାଗୁଛି ସେ କାରିଗର 

ଖୁବ ସମୟ ଦେଇ ତାର 

ଏଇ ସୁନ୍ଦର ଚେହେରା କୁ 

ଗଢି ତୋଲିଛି.... ହଁ ।


କାରଣ ଥରେ ଦେଖିଲା ଦିନରୁ 

କେବଳ ତୁମରି ପ୍ରେମରେ ମୁଁ ପାଗଳ ହୋଇ ଯାଇଛି 

କିଛି ଭାବୁଛି ପୁଣି କିଛି ଲେଖୁଛି ।


ଅନେକ ଥର ଭାବିଛି ଟିକିଏ ସାହସ ସାଉଁଟି 

ତୁମ ସାମନାରେ ବସି 

ମୋ ମନର କଥା କୁ ତୁମକୁ କହିବୀ 


ହେଲେ .. ଧେତ୍ ଲାଜକୋଳି ଲତା ପରି 

ପୁଣି ଚୁପ ଖାଲି ଭାବୁଛି ... ହଁ କହିଦେବି ଆଜି 


ପୁଣି କିଛି ଭାବୁଛି ପୁଣି କିଛି ଲେଖୁଛି ।



ସତ କହିବାକୁ ଗଲେ .

ତୁମ ମୁଁହ ର ସେଇ...

ତୁମ ଆଖିର ଚାହାଣୀ ରେ ବାସ...

ମୁଁ କହିବାକୁ ଭାବୁଥିବା ସବୁ କଥା କୁ 

ହଠାତ୍ ଭୁଲି ଯାଉଛି .....!!

କାରଣ...

ତୁମ ଚେହେରା ର ସୁନ୍ଦରତା ଆଉ

ତୁମ ଓଠ ର ମୁରୁକି ହସ କୁ 


ଦେଖିଲା ପରେ ବାସ ମୁଁ......

ଆଉ ସବୁ କିଛି ଭୂଲିଯାଉଛି 

ହଁ...ସବୁ କିଛି ଭୂଲିଯାଉଛି 


ହା ହା ହା.. କିଛି ଭାବୁଛି ପୁଣି କିଛି ଲେଖୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance