STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"କି ଲାଭ ହେବ"

"କି ଲାଭ ହେବ"

1 min
190

ମୋର ମୋର କହି

   ଚାଲିଛୁ ତୁହି

ପଛ ଆଡେ ଦେଖ

    ନଥିବେ କେହି


ଦୁଃଖ କଷ୍ଟ ସହି

    ସଞ୍ଚିଛୁ ଯେତେ

ଭାବିଛୁ କି ତୁ

    ସେବିବେ ତୋତେ


ପୁଅ ଝିଅ ନୁହଁ

    କେହି କାହାର

ନିତି ଦେଉଥିଲେ

     ହେବେ ନିଜର


ଟିକେ ଉଣା ହେଲେ

     ପଡ଼ିଲା ଗଣ୍ଠି

ଅବେଳରେ ଆସି

     ଚିପିବେ ତଣ୍ଟି


ସଞ୍ଚିଛୁ ଯାହା ତୁ

     ସନ୍ତାନ ପାଇଁ

ମରି ଗଲେ ତୋତେ

     ଛୁଇଁବେ ନାହିଁ


କଳି କାଳ ପରା

     ଅଟେ ଅପାର

ସ୍ୱାର୍ଥ ପାଇଁ ନିଜ

     ହୋଇବେ ପର


ଅନ୍ୟ କଥା କହି

     କି ଲାଭ ହେବ

ବିପଦରେ କେହି

      ଦେଖା ନ ଦେବ


ସ୍ୱାର୍ଥର ବନ୍ଧୁ ତ

      ସଭିଏଁ ଭାଇ

ସ୍ୱାର୍ଥ ପୁରିଗଲେ

       ନ ଥିବେ କେହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract