STORYMIRROR

Bauribandhu Lenka

Inspirational

4  

Bauribandhu Lenka

Inspirational

ଖୁସି

ଖୁସି

1 min
352

ସ୍ୱଳ୍ପ ଏହି ଜୀଵନର

ପ୍ରତିଟି ମୁହୂର୍ତ୍ତରେ ମୁଁ ଖୁସି,

କାମ ଥିଲେ ଖୁସି ,ନଥିଲେ ବି ଖୁସି ।।


ଡାଲିଭାତ ହେଉ କି ଖାଲି ଭାତ ହେଉ

ଯାହା ବି ମିଳିଲେ ଖୁସି ।।


ଦେଖି ପାରିଲେ ଖୁସି,

ନଦେଖି ପାରିଲେ, ତା'ର କଥା ପଦେ

କାନରେ ବାଜିଲେ ବି ଖୁସି ।।


ମନ ଚାହେଁ ଯାହା, ସବୁ ପାଇ ହୁଏନି,

ନପାଇଲେ ବି ତାକୁ ଭାବିକରି ମୁଁ ଖୁସି ।।


ହଜି ଯାଇଥିବା ଅତୀତ,

କେବେ ଆଉ ଫେରିଆସେନା,

ହେଲେ ତା'ର ସ୍ମୃତିରେ ବି ମୁଁ ଖୁସି ।।


କିଏ ଜାଣେ ଭବିଷ୍ୟତ କଣ ହେଵ ?

ହେଲେ ତା'ର ପ୍ରତୀକ୍ଷାରେ ବି ମୁଁ ଖୁସି ।।


ଛୁଇଁବ ଯଦି ହୃଦୟକୁ 

ମୋର ଏଇ କଥା କେଇ ପଦ,

ଆଶା କରିବି ଉତ୍ତର ଦେବ ବୋଲି,

ନହେଲେ ବିନା ଉତ୍ତରରେ ଵି ମୁଁ ଖୁସି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational