STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଖୁସି ରଙ୍ଗ

ଖୁସି ରଙ୍ଗ

1 min
194

ଆତ୍ମା ମନ ପରାଣ

ସବୁ ଉଦବେଳିତ୍

ଶାନ୍ତିରେ ପ୍ରଫୁଲ୍ଲିତ

ହୃଦୟେ ପୁଲକ ଜାଗ୍ରତ

ଖୁସି ବୋଧହୁଏ କାରଣ

ଗୁଣୁଗୁଣୁ ଗାଈ ଗୀତ

ଭଲଲାଗେ ଖରା ବର୍ଷା ଶୀତ

ଲହଡ଼ି ଭଙ୍ଗୁଥାଏ ସ୍ଵ ହସ୍ତ

ଖୁସିର ବୋଧେ ଜାଗରଣ

ଉପହାର ଦିଏ ଖୁସି

ମାଆ କୋଳ ଦିଏ ବେଶି

ସ୍ନେହ ମମତା ଦେଲେ ପରସି

ଖୁସିର ସ୍ଵାଭାବିକ ବାତାବରଣ

ଅଂହ ତେଜି,ଲୋତକେ ଭିଜି

ମନୁଷ୍ୟତା ଉଠେ ଜାଗି

ଖୁସି ବାଣ୍ଟିବାକୁ ଯେ ରାଜି

ଖୁସି ବୋଧହୁଏ ସକାରଣ

ଶାନ୍ତି ନିଜ ଭିତରେ ଜାଣି

ପ୍ରୀତିର ଗଉଣୀ ଦେଲେ ବୁଣି

ମମତା ଆଣିପାରିଲେ ଛାଣି

ଖୁସି ଲାଗେ ସୁନେଲୀ ସକାଳ କିରଣ ।



Rate this content
Log in

Similar oriya poem from Abstract