STORYMIRROR

Bidyadhar Mantry

Drama Others

4  

Bidyadhar Mantry

Drama Others

ଖୁଦ ଭଜାର ମହକ

ଖୁଦ ଭଜାର ମହକ

2 mins
341


ବନ୍ଧୁ ଙ୍କ ପାଖକୁ ଯିବାକୁ ହେବ

ନିଜକୁ ସଙ୍କୋଚ ଓ ମନ ରେ ଦ୍ୱିଧା

ବନ୍ଧୁ ଯଦି ଚିହ୍ନି ନ ପାରିବେ

ତାଙ୍କର ଉଚ୍ଚ ପଦ,ଆଡମ୍ବର ପୂର୍ଣ୍ଣ ଜୀବନ

ସମାଜରେ ନାଁ ଅଛି,ଆଧିପତ୍ୟ ବି

ନ ଚିହ୍ନିଲେ ହୃଦୟ ଭାଙ୍ଗି ଯିବ ।


ପିଲା ଦିନ ର ବନ୍ଧୁ

ଖୋଲା ଖୋଲି କଥା ହେଉଥିଲା

ସେ ପିଲା ବୟସ ଓ ପିଲାଳିଆମି ,ଆଉ କଣ ଅଛି!

ସୁଦାମା ବୋଲି ଜଣେ ବନ୍ଧୁ

ଯଦି ଦେଖିଲେ ବି ମନେ ପଡିବନି

ସବୁ ଆଶା ଭରସା ଧୋଇ ହେଇଯିବ

ହୃଦୟ ର କୋହ ଓ ଆଖିର ଲୁହରେ ।


ପରିବାର ର ସୁଖ ଓ ଖୁସି ପାଇଁ

ବନ୍ଧୁଙ୍କ ଦେଖା ସାକ୍ଷାତ୍ ହେବ

ଯଦି ଚିହ୍ନି ନ ପାରିବେ,ନିଜେ ଚିହ୍ନି ହେବ

ସେ ଦିନର ବନ୍ଧୁ ,ଆଉ ଚଳନ୍ତି ଚେହେରା

କେମିତି ରହିଛି ଶରୀର ର ଶୋଭା

ହେଲେ,ବନ୍ଧୁ ଙ୍କ ପାଇଁ କିଛି ଉପହାର

ସମ୍ବଳ ତ ନାହିଁ,ଯୋଗାଡ ହେବ କେମିତି ।


ଅର୍ଦ୍ଧାଙ୍ଗିନୀ ଅଧର ରେ ହସର ଜୁଆର ନାହିଁ

ତଥାପି ହସ ଫୁଟା କଥା

ଏଇ,ଖୁଦ ଭଜା ନିଅ, ଆମ ପାଇଁ ଉପହାର ଦେବା

ଏଇ ଖୁଦ ହିଁ ଆମର ସମ୍ବଳ

ବନ୍ଧୁଙ୍କୁ ଉପହାର କଣ,ଆମର ସମ୍ବଳ ଦେବ

ଯାଅ, ବନ୍ଧୁ ଙ୍କୁ ଦେଖା କର

ଯଦି ବନ୍ଧୁତ୍ୱ ନିବିଡ଼,ଖୁଦ ଭଜା ହିଁ ଉପହାର ହେବ ।


ମନରେ ସାହସ,ଆଜି ବନ୍ଧୁଙ୍କ ସାକ୍ଷାତ୍ ହେବ

ରାଜ ଉଆସ ଆଗରେ ଅପେକ୍ଷା

ବେଶ ଭୂଷା ରୁ ଭିକାରୀ ହିଁ କହିହେବ

ଉଆସ ଭିତରକୁ ଯିବାକୁ ସାହସ ଯୁଟୁନି

ଦ୍ଵାରପାଳ ବି କିଛି ପଚାରୁ ନାହିଁ

ଠିକ୍ ଅଛି,କହିବାକୁ ହେବ

ମୁଁ ସୁଦାମା, ବନ୍ଧୁ ଙ୍କୁ ଦେଖା କରିବି ।


ଦ୍ଵାରପାଳ ର ଭ୍ରୁକୁଞ୍ଚନ

ଇଏ, ପୁଣି କୃଷ୍ଣ ଙ୍କ ବନ୍ଧୁ ଆଉ ସଖା

କଥା ଗଲା ଅନ୍ତପୁରକୁ,କିଏ ଜଣେ ସୁଦାମା

ସୁଦାମା ନାମରେ ଗୁଞ୍ଜରିତ ରାଜ ଉଆସ

ମୋହ ଭଙ୍ଗ ହେଲା, ବନ୍ଧୁ ନାମ କାନରେ

ସ୍ଵୟଂ ବନ୍ଧୁ ଙ୍କ ପାଖରେ ହାଜର 

କୋଳାଗ୍ରତ କରି ପାଛୋଟି ଆଣିଲେ

ବନ୍ଧୁପ୍ରୀୟ ଦୀନବାନ୍ଧବ ।


ଖୁଦ ଭଜା ର ମହକ

ରାଜ ଉଆସରେ ଏକ ନୂଆ ମହକ

ସେ ମହକ ରେ ବିମୋହିତ କାହ୍ନ୍ନi

ସୁଦାମା ର ଖୁଦ ପୁଡିଆ ରୁ ହିଁ ମହକ

ସୁଦାମା ର ସଙ୍କୋଚ ଓ ଦ୍ୱିଧା ବାରଣ ସତ୍ତ୍ୱେ,

ପୁଡିଆ ଖୋଲାଗଲା ନିଃସଂକୋଚରେ ।


ଆଉ କିଛି କହିବାକୁ ସୁଯୋଗ ନାହିଁ

ଖୁଦ ଭଜା ରୁ ଜାଣି ପାରିଲେ 

ବନ୍ଧୁ ସୁଦାମାଙ୍କ ଭାବ ଓ ଅଭାବ

ଭାବଗ୍ରାହୀ, ଭାବ ରେ ବନ୍ଧା

ଖୁଦ ଭଜା ରୁ ଜାଣି ଗଲେ ଅଭାବୀ ସୁଦାମା

ବନ୍ଧୁ ଭାବ ବି ରହିଲା ଖୁଦ ଭଜା ପାଇଁ

ଅଭାବ ବି ଦୁର ହେଲା ବାଲ୍ୟ ସଖା ପାଇ

ଖୁଦ ଭଜା ଚାହିଁଛି ମୁକ ସାକ୍ଷୀ ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama