STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

କହୁ କହୁ କହି ସାରିଲିଣି

କହୁ କହୁ କହି ସାରିଲିଣି

1 min
14.2K


ଭାବିଥିଲି କିଛି କହିବିନି ବୋଲି

         କହୁ କହୁ କହି ସାରିଲିଣି

ଆଉ କିଛି ବାକି ନାହିଁରେ କାଳିଆ

        ସବୁ ତୁ'ତ ଶୁଣି ସାରିଲୁଣି॥୦॥

ଆଣିଥିଲୁ ମୋତେ ଯେଉଁଥି ପାଇଁକି

      କେତେ କଲି କେତେ ଅଛି ବାକି

ବାକି ରଖି ଯଦି ଫେରାଇ ନେବୁ ରେ

       ଭାବିବି ତୁ ମତେ ଦେଲୁ ଠକି

ଶେଷ ଇଚ୍ଛା ତୋତେ କହି ମୁଁ ସାରିଛି

        ସେ କଥା କି ତୁ ଭୁଲିଗଲୁଣି

ଭାବିଥିଲି କିଛି କହିବିନି ବୋଲି

       କହୁ କହୁ କହି ସାରିଲିଣି॥୧॥

ଏ ଭବ ସଂସାର ବଡ ଯାଦୁଗର

      ମାୟା ଜାଲେ ଦେଇଥାଏ ଛନ୍ଦି

ମୋର ମୋର ହୋଇ ସାରା ଜୀବନଟା

        ଏହିଠାରେ ହେଉଥାଏ ଧନ୍ଦି

ଏ ସଂସାର କେତେ ଖଟା କେତେ ମିଠା

        ସେ ସବୁ ମୁଁ ଚାଖି ସାରିଲିଣି

ଭାବିଥିଲି କିଛି କହିବିନି ବୋଲି

        କହୁ କହୁ କହି ସାରିଲିଣି ॥ ୨॥

ଲୋଡା ନାହିଁ ମୋର ଏ ଘର ସଂସାର

       ଲୋଡା ନାହିଁ ସ୍ନେହ ପ୍ରେମ ପ୍ରୀତି

ଲୋଡା ନାହିଁ ମୋର ଧନ ଦଉଲତ

      ଲୋଡା ନାହିଁ ହୀରା ନୀଳା ମୋତି

ଫେରିଲା ବେଳକୁ ପାଶେ ଡାକି ନେବୁ

          ଏଇ ମୋର ଅଳି ଭୁଲିବୁନି

ଭାବିଥିଲି କିଛି କହିବିନି ବୋଲି

          କହୁ କହୁ କହି ସାରିଲିଣି ॥୩॥

         *******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational