STORYMIRROR

Akshayakumar Dash

Comedy Action

3  

Akshayakumar Dash

Comedy Action

ଖଟା ମିଠା

ଖଟା ମିଠା

1 min
171

ଆଣିବାକୁ ଗଲି ପରିବା

ହାଟରେ ଦେଖିଲି

ପୋଟଳ ବିଲାତି ଚଢା ଦାମ ଅଛି

କୁନ୍ଦୁରି ବେପାରୀ

ଗରଜି ଡାକୁଛି

କିଲୋକୁ ଦିଟଙ୍କା

ତାଜା ମାଲ ନିଅ ବଢିଆ ।

ଖରାଦିନ ପାଇଁ 

କୁନ୍ଦୁରି ତ ଭଲ

କେଜିଏ ସେଥିରୁ ଦିଅତ

କହିଲା ମଉସା ମଧୁମେହ ପାଇଁ

ପଚାରିଲି ପୁଣି

ବିକିରି ହେଉନି କାହିଁକି?

ବେପାରୀ ଭାଇଟି

କହୁଥିଲା କାନ ପାଖରେ

ଜାଣିନାହାନ୍ତି କି ସାରେ

ଗରାଖ ନେବାକୁ ରାଜି ହୁଅନ୍ତିନି

ଖାଇଲେ କୁଆଡେ

ବୋକା ପଲଟିବେ

ତୁମକୁ ଦେବିମୁଁ

କେଜିକୁ କେଜିଏ ଫ୍ରିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Comedy