STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଖରାରେ ଧରା

ଖରାରେ ଧରା

1 min
243


ଖ   ଖରା ତେଜରେ ଧରାରେ ସର୍ବେ ଅସ୍ତବ୍ୟସ୍ତ

    ଖଗ ମୃଗ ମାନବଙ୍କ ଜୀବନ ଅତିଷ୍ଠ ,

    ଖମଣିଙ୍କ ଅଂଶୁ ଜଳ ନେଇ ଥାଏ ହରି

    ଖପର ଘର ଲାଗଇ ବଇକୁଣ୍ଠପୁରୀ ।।


ରା   ରାଜପଥ ଦିଶେ ଜନଶୂନ୍ୟ ଦ୍ବିପ୍ରହରେ

    ରାଜୀବଙ୍କ ସୁଖ କିନ୍ତୁ କହିଲେ ନ ସରେ ,

    ରାତ୍ରି ଛୋଟ ଦିନ ବଡ଼ ଏହି ସମୟରେ

    ରଜନୀଗନ୍ଧା ମହକ ଜନ ମନ ହରେ ।।


ରେ   ରେଶମ ପୋଷାକ ଲାଗେ ଭାରି ବିଷମୟ

     ରେବା,ମହାନଦୀ ଜଳ ହୁଏ ଶୁଷ୍କ ପ୍ରାୟ,

     ରେ ମାନବ କାଟନାହିଁ ବୃକ୍ଷ ଧରଣୀରୁ

     ରେଣୁ ଉଡନ୍ତି ଗଗନେ ଗୋମାତା ପଦରୁ ।।


  

ଧ   ଧଇଁସଇଁ ଲାଗେ ଅଳ୍ପ ପରିଶ୍ରମ କଲେ

     ଧରିରଖ ସଲିଳକୁ ବନ୍ଧ ବାନ୍ଧି ଭଲେ,

     ଧରାତଳେ ସୃଷ୍ଟିକର ସବୁଜ ବନାନୀ

     ଧରଣୀ ମାତାର ଶୋଭା ମନ ନେବ କିଣି ।।


ରା   ରାତ୍ରୀଚର ଜୀବକୁଳ ଭ୍ରମନ୍ତି ନିଶାର୍ଦ୍ଧେ

     ରାଶି ରାଶି ମଲ୍ଲୀ ଫୁଟି ହସଇ ସୁଗନ୍ଧେ

     ରାମଲୀଳା ଗ୍ରାମେ ଗ୍ରାମେ ଏହି ସମୟରେ

     ରାମାୟଣ ଶୁଣୁଥାଅ ନିଶ୍ଚଳ ଚିତ୍ତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract