STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ଖରାପ ସ୍ବପ୍ନ

ଖରାପ ସ୍ବପ୍ନ

1 min
347

ମନେ ପଡେ ମୋର ସେଇ ରାତି କଥା

ଥିଲା ଅତି ଭୟଙ୍କର,

ଏବେବି ଭାବିଲେ ଦେହ ଥରିଯାଏ

ଲାଗୁଛି ବହୁତ ଡର


ଯାଇଥିଲି ବୁଲି ଯମପୁର ଦିନେ

ରାଜା ସେଠି ଯମରାଜ,

ପାଖେଥିଲେ ତାଙ୍କ ଚିତ୍ରଗୁପ୍ତ ଠିଆ

ପାଞ୍ଜିଧରି ସଜବାଜ


ତିନିପୁର ଲୋକ ବାନ୍ଧି ନେଉଥାନ୍ତି

ଯମଦୂତ ହୋଇ ସାଥୀ,

ବିଚାର ହେଉଛି ସବୁ ବେଳେ ସେଠି

ହେଉ ଦିନ ଅବା ରାତି


ପାପ ପୁଣ୍ୟ ଫଳ ଧର୍ମ ନିକିତିରେ

ତଉଲୁ ଥାଆନ୍ତି ସତ,

ପୁଣ୍ୟର ଫଳରେ ସ୍ବର୍ଗ ପ୍ରାପ୍ତି ହୁଏ

ପାପ ଫଳେ ହନ୍ତସନ୍ତ


କାହାକୁ ନେଇଣ ତେଲେ ଛଣାହୁଏ

କାହାକୁ ଗରମ ଜଳେ,

ବାନ୍ଧି ପିଟୁଥାନ୍ତି କାହାକୁ ସେଠାରେ

ମାରନ୍ତି ଧରିଣ ଚୂଳେ


କୁମ୍ଭିପାକ ନର୍କେ ପକାନ୍ତି କାହାକୁ

ନିଆଁରେ ପୁଣି ପଡନ୍ତି,

କରତେ କାଣ୍ଟନ୍ତି କାହାର ଶରୀର

କେତେ ଫାଶିରେ ଚଢାନ୍ତି


ଯୋଉଁ କଥା ଦିନେ ଜେଜେ କହିଥିଲେ

ସତ୍ୟ ଏ କର୍ମ ର ଫଳ,

ସ୍ବଚକ୍ଷୁରେ ଆଜି ଦର୍ଶନ କରୁଛି

ଆସିଲା ଏକି ମୋ ବେଳ


ଗହନ ନିଦରେ ବୋଉ ଡାକ ଦେଇ

କହନ୍ତି କି ହେଲା ଧନ,

ଥରଥର ସ୍ବରେ କହିଲି ବୋଉ ମୁଁ

ଦେଖିଲି "ଖରାପ ସ୍ବପ୍ନ"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract