STORYMIRROR

Prakash Sahoo

Inspirational

2  

Prakash Sahoo

Inspirational

ଖରା ଦିନ ରେ ବର୍ଷା

ଖରା ଦିନ ରେ ବର୍ଷା

1 min
2.8K


ଖରା ଦିନ ରେ ବର୍ଷା


ଭୀଷଣ ଖରା ଅସହ୍ୟ ତାତି

ପାଣିର ହେଲା ନାଶ

ଧରଣୀ ଆଜି ଡାକୁଛି ବସି

ମେଘ ନାନୀ ତୁମେ ଆସ

ଡାକ ଶୁଣିକି ଆସିଲା ନାନୀ

ଥଣ୍ଡା ପବନ ସାଥେ

ଅନେକ ଦିନ କରି ଅପେକ୍ଷା

ମୟୁରୀ ଅପା ନାଚେ

ଆକାଶ କୋଳୁ ବର୍ଷାର ବୁନ୍ଦା

ପଡିଲା ଧୀରେ ଖସି

ଘାସ ଫୁଲ ରେ ଥିରିକିନା

ଖୁସିରେ ଗଲା ବସି

ଥଣ୍ଡା ପବନ ଯାନରେ ବସି

ବହିଲା ଶିରିଶିରି

ଘାସ ଫୁଲଟି ହସିଲା ଯହିଁ

ହସ ତାର କିରିକରି

ଚହଟି ଗଲା ଘାସ ଫୁଲଟି

ବାଆ ଦୋଳିରେ ଝୁଲି

ବର୍ଷାର ବୁନ୍ଦା ଥରି ଉଠିଲା

ତହିଁରେ ଢଳି ଢଳି

ଖଣ୍ଡେ ଦୂରରୁ ଝିଙ୍କାରୀଟିଏ

ଦେଖିଲା ବୁନ୍ଦା ଲୁଚି

ଭାବିଲା ମୁଇଁ ଏଇଲେ ଯାଇ

ପିଇବି ତାକୁ ସଂଚି

ତେଣେ ଧୁଳିଆ ଜନ୍ଦା ବିଚରା

ଦେଖି ଭାବିଲା ତାକୁ

ଏଇନେ ଯାଇ ତିନ୍ତିବ ବୋଲି

ଦେଖାଇ ତାର ବୁକୁ

ସାଙ୍ଗ ହୋଇକି ନାଚିଲେ ଦୁହେଁ

ମେଘ ନାନୀର ସାଥେ

ତାଙ୍କ ଖୁସି କୁ ଦେଖି ଧରଣୀ

ମେଘ ନାନୀ କୁ କୁହେ

ଦେଖ ନାନୀ ଖରା ଦିନରେ ବର୍ଷା

ସଭିଙ୍କ ମନେ ଖୁସି ବହେ


ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational