STORYMIRROR

Ram Prasad Bisoi

Romance Others

3  

Ram Prasad Bisoi

Romance Others

ଖୋଲା ଆକାଶ

ଖୋଲା ଆକାଶ

1 min
293


ଝରକା ଏପଟେ

ମୁଁ

ଝରକା ସେପଟେ

ତମେ

ଇନ୍ଦ୍ରଧନୁ 

ତମ ରଙ୍ଗ ବଦଳାଇ

ଚାଲିଛି

ବର୍ଷା,


ଆକାଶର ମୁକୁଳା

ଉତ୍ତରୀୟରେ

ମୁଁ ଘୋଡାଇ ସାରିଛି

ମୋ ଆତ୍ମାକୁ

କଳା କମ୍ବଳରେ

ସାମାଜିକ ଆଭୂଷଣ ସ୍ୱରୂପ ସାଇତା ଯେତେ ଲଜ୍ୟାକୁ,


ବର୍ଷା ଉପରାନ୍ତେ 

ଶୀତୁଆ ସକାଳେ ତମେ ଭିଜୁଛ 

କାକରର ଅଶ୍ରୁରେ ,


ଘାସଫୁଲ ହସୁଛି 

ଦେଖ

ଯେମିତି କାହା ଭାରି 

ପାଦ ଦ୍ବୟ ଦଳି ଚକଟି ଦେବ

ତା ସାରା ଶରୀର ଉଷ୍ଣତା,


ଏଠି 

ଝରକା ଭିତରେ 

ଓ ବାହାରେ ବି 

ଅଭାବ,


ଝରକା ବାହାରେ 

କିନ୍ତୁ

ନିଃଶ୍ରୁଙ୍କଳ ଆବଦ୍ଧ ଦୁଇଟି କୁତ୍ତା ଓ କୁତ୍ତି 

ବେଫିଖର,


ଝରକା ଭିତରେ 

ଅନେକ ସଂକୋଚ,ସଂଶୟ

ଆଭିଜାତ୍ୟର ମିଥ୍ୟା ଅବଘୁଣ୍ଠନ,


ସେ 

କିନ୍ତୁ ନିରାଡ଼ମ୍ବର ,ସହଜ ପ୍ରାକୃତିକ

ସେଠି ଦେହ ଦାହ ମିଳନରେ ପ୍ରତିବଦ୍ଧତା

ନିସଙ୍କୋଚ

କଂଚୁକପକ୍ଷୀ ଦ୍ବୟ ସମ,


ଅନ୍ଧାରକୁ 

ଚିରି ଶୀତ ସହ ହାତ ମିଳାଇ 

ଆଧୁନିକତାର ନିଦର୍ଶନ 

ସ୍ୱରୂପ

ହାଲୋଜେନ ବଲବ 

ତଳେ

ଖୋଲା ମୈଥୁନରତ୍ତ ଦୁଇଟି

ଆଦିମ ଜୀବନ,

ବୋଧେ,

ନୂତନ ସୃଷ୍ଟିକୁ ଆମନ୍ତ୍ରଣ କରୁଥିବା 

ଦୁଇଟିପ୍ରାଣ,


ଘର ଯାହାର ଝରକା ସେପଟର 

ଖୋଲା ଆକାଶ--------!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance