Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Others

4  

Bidyadhar Mantry

Abstract Others

ଖୋଜୁଛି ସେଇଠି

ଖୋଜୁଛି ସେଇଠି

1 min
276



ଖୋଜୁଛି ନିଜର ଅସ୍ତିତ୍ବ

ଯେଉଁଠି ହଜି ଯାଇଥିଲା

ସେଇଠି ହିଁ ଖୋଜୁଛି

ସନ୍ଧାନ ମିଳୁନି,ମନରେ ଏବେ ସନ୍ଦେହ

ଯିବା ଆସିବା ପବନ କୁ ଠିକଣା ମାଗିଲି

ଫୁର୍ ଫୁର୍ ହୋଇ ବାଟ ଭାଙ୍ଗି ,ଦୂରକୁ ଚାଲିଲା।


ମନରେ ଆଶା ବି ଅଛି 

କେଉଁଠି ହେଉ,କେଉଁ କୋଣରେ ହେଉ

ମିଳିପାରେ,ଖୋଜିବାକୁ ହେବ

ପୁଣି ମନରେ ଦ୍ୱିଧା ଉପୁଜିଛି

କଣ ହେବ,ଯଦି ସେ ନ ମିଳିବ!


ତା କୁ ଖୋଜିବାକୁ ହେବ

ମନ ର ଭାଵନା ବି କିଛି କହୁଛି

ଯେଉଁଠି ହଜି ଯାଇଥିଲା,ସେଇଠି ଥିବ ନା !

ହଜିଲା ବେଳେ ଯେମିତି, ଏବେ ସେମିତି ଥିବ ନା !


ହଜାର ହଜାର ଆଖି ଭିତରେ

ସେଇ ଦୁଇ ଆଖିର ଚମକ,ଏବେ ସେମିତି ଥିବ ନା 

ଅନ୍ୟ ହସ ଠାରୁ ସେଇ ହସ ଅଲଗା ଥିଲା

ମୁହଁ ରେ ସେଇ ହସ ଫୁଟୁ ଥିବ ନା !


ଉତ୍ତର ପାଖରେ ନାହିଁ

ସେଇ ଉତ୍ତର ଏବେ ଖୋଜୁଛି

ଖୋଜିବା ର କାରଣ ବି ସ୍ପଷ୍ଟ

ତା ବିନା ବଞ୍ଚିବାର ପରିକଳ୍ପନା ହିଁ ବୃଥା।


ଆଗକୁ ଅଗ୍ରସର ହେଉ ହେଉ

ପଛରେ ଛାଡି ଆସିଥିଲି

ସେଇଠି ହିଁ ଥିଲା ଅସ୍ତିତ୍ବ

ଏବେ ସେଇ ଅସ୍ତିତ୍ବ ଖୋଜୁଛି।


ଯା ବିନା,ଜୀବନ ର ଧାରା ଅଟକି ଯାଇଛି

ଯେମିତି ଥିଲା,ସେମିତି ଅଛି

ଜୀବନ ରେ କଳା ଛାଇ, ଅନ୍ଧାର କାଳିମା।


Rate this content
Log in

Similar oriya poem from Abstract