Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

kahnu charan sahu

Fantasy

4  

kahnu charan sahu

Fantasy

ଖୋଜିବାର ଦୁଃଖ

ଖୋଜିବାର ଦୁଃଖ

1 min
552



ସମୟର ବିଜନ ବେଳାରେ

ଖୋଜୁଥିବା ମଣିଷ ହିଁ ହଜିଯାଏ

ଦୁଃଖ ସୁଖ ନକ୍ଷତ୍ର ଗହଳେ,

ପାଇବାର ମୋହ 

ଆପଣେଇ ନେବାର କୋହ

ଢାଳୁଥାଏ ଅଶ୍ରୁଧାରା ।


ଅଦିନିଆ ଖୁସି

ଖୋଜିବାରେ ଯଥେଷ୍ଟ କଷ୍ଟ

'ଦୁନିଆ ମୋର, ମୁଁ ଦୁନିଆର' 

କହିବା ଓ ଅନୁଭବ କରିବା ମଧ୍ୟରେ

ଭୂମିଠୁ ଭୂମା ଯାଏଁ ପାର୍ଥକ୍ୟ !


ଖୋଜିବା ଅପେକ୍ଷା

ପଥର ପାଲଟିଯିବାର ଖୁସି

ବୁଝିପାରେ ଅନ୍ତଃ ଓ ପରିବେଶ ସ୍ଥିତି !

ଫିକା ଫିକା ଦିନିକିଆ ଖୁସି

ଅନ୍ତଃ ଆବେଗ ଓ ଅନୁଭୂତି

ବାରମାସୀ ରଙ୍ଗୀନ ପ୍ରଜାପତି ।।


Rate this content
Log in