STORYMIRROR

pranati Mahapatra

Tragedy

3  

pranati Mahapatra

Tragedy

ଖୋଜେ କାରଣ

ଖୋଜେ କାରଣ

1 min
267

ଯେତ ମୁଁ ଅନ୍ତରେ ବାପାଙ୍କୁ ଝୁରୁଛି

କିଏ ବା କରିବେ ସେ ସ୍ଥାନ ପୂରଣ,

ଆଜିର ସମାଜେ ବାପା ଥିଲା ଝିଅ

ଜିତିଯାଏ କାହିଁ ଖୋଜେ କାରଣ।

କାହିଁକି ମୁଁ ହାରେ ମୁହଁକୁ ଲୁଚାଇ

ଫେରି ଆସେ ସବୁଠାରୁ,

କେଉଁ ଜନମର ପାପ ତ ଭୋଗୁଛି

ବାପା କଥା ଶୁଣି କୋହ ଆସେ ଅନ୍ତରୁ।

ବାପାଙ୍କ ପାଖରେ ଝିଅଙ୍କର ଅଳି

ବାହାହେଉ ଅବା ନ ବାହା ହେଉ,

ବାପା ବୁଝିଥାନ୍ତି ଝିଅ ମନକଥା

କାହାକୁ କହିବି ବାପା ହେ ଆଉ।

କେଉଁଠି ଦେଖିଲେ ବାପା ଆଉ ଝିଅ

ବସିଛନ୍ତି ଅବା ହୋଇଛନ୍ତି ଠିଆ,

ଧାର ଧାର ଲୁହ ଆଖିରୁ ମୋ ବହେ

ସେ ଝିଅକୁ ହୋଇଥାଅ ସଦା ସାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy