STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଖଳ ଲୋକଠୁଁ ଦୂରେଇ ରୁହ

ଖଳ ଲୋକଠୁଁ ଦୂରେଇ ରୁହ

1 min
13.9K


ତୁମେ ଭଲ ଭଲ କାମ କରିଚାଲ ।

ଜଳିବା ଲୋକ ଜଳିବେ

ତୁମେ ଭଲ ଭଲ କାମ କରିଚାଲ

କହିବା ଲୋକ କହିବେ

କିଛି ମଣିଷର ପ୍ରକୃତି ହେଲା

ପଛରୁ ଗୋଡ଼କୁ ଟାଣିବେ

ଅନ୍ୟର କାମରେ ଗୋଡ଼ ପଶେଇ

ଜଳି ଜଳି ଖାଲି ମରିବେ

ନିଜର ହାତରେ କିଛି ହେବନି

ବଡ଼ ବଡ଼ କଥା କହିବେ

ଅନ୍ୟ କିଏ କଲେ ଦେହ ସହିବନି

ଭାଙ୍ଗି ଦେଇ ଖୁସି ପାଇବେ

ଏମିତି ଲୋକଙ୍କ ବୁଦ୍ଧି ନାହିଁ କିଛି

ନିଜକୁ ଭାବନ୍ତି ଜ୍ଞାନୀ ||


ସାରା ଦୁନିଆଁକୁ ଛୋଟ ବୋଲି ଭାବି

କରୁଥାନ୍ତି ବେଇମାନି,

ଏମିତିକା ଲୋକ ଏ ଦୁନିଆଁ ପାଇଁ

ଅଟନ୍ତି ଭାରି ବିପଦ

ଏମାନଙ୍କ ଠାରୁ ଦୂରେଇ ରହିଲେ

କେବେ ଆସିବନି ସଙ୍କଟ,

ଏତିକି ଅଳି ମୋ ଭାଇ ମାନଙ୍କୁ

ଏଇ ଛୋଟ କଥା ରଖିବ

ଏମିତି ବନ୍ଧୁଠୁଁ ଦୁରେଇ ରହି

ହସ ଖୁସିରେ ଚଳିବ ||


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational