STORYMIRROR

Tapaswini DashSarangi

Abstract Romance Fantasy

4  

Tapaswini DashSarangi

Abstract Romance Fantasy

କହ୍ଲାରର ପ୍ରେମ

କହ୍ଲାରର ପ୍ରେମ

1 min
237

ଦୂର ବିହାୟସେ ପଶ୍ଚିମ କୋଣରେ ରବି ଅସ୍ତମିତ କାଳେ

ଉଇଁ ଉଠୁଥିଲା କଅଁଳିଆ ଜହ୍ନ ଗୋଧୂଳି ଲଗନ ବେଳେ।

ଲାଲିମାମୟ ସେ ଆକାଶର ରଙ୍ଗ ଚିତ୍ତକୁ ଚୋରାଉଥିଲା

ଚାନ୍ଦର ମୁରୁକି ହସକୁ ଦେଖିକି ମନରେ ଈର୍ଷା ଜଳିଲା।


ଗାଁ ସରୋବରେ ସୁନ୍ଦରୀ କହ୍ଲାର ଫୁଟିଥିଲା କିବା ଯତନେ

ପ୍ରତୀକ୍ଷାର ଅନ୍ତ ସତେ କି ହୋଇବ ଭାବୁଥିଲା ସିଏ ମନେ।

ବିଚ୍ଛେଦର ଦାଉ କେତେ ନିଦାରୁଣ ଜାଣେ ଖାଲି ଇନ୍ଦିବର

ତା' ଧୈର୍ଯ୍ୟ ବାଡ଼ର ଇଏ କି ପରୀକ୍ଷା ନେଉଅଛି ନିଶାକର।


କେତେ ଯେ ଶର୍ବରୀ ଏମିତି ଗଲାଣି ତନ୍ଦ୍ରାକୁ ଚୋରେଇ ନେଇ

ବିରହର ତଳ୍ପ ଉଷୁମ ହେଉଛି ଅଶ୍ରୁର ଝରଣା ବୋହି।

ସୁବର୍ଣ୍ଣକ ଜାଣେ ସ୍ଵର୍ଣ୍ଣର ମହତ ହୃଦୟ ଚିହ୍ନଇ ପ୍ରେମ

ବିରହିଣୀ ଆଜି କରେ ମନସ୍ତାପ ଭ୍ରମରେ ହୁଅଇ ଭ୍ରମ।


ଚୋରା ପିରତିର କରୁଣ ଅନଳ ଜାଳିଦିଏ ମନ ପ୍ରାଣ

ସେହି ଜ୍ଵଳନରେ ପାଉଁଶ ହେଲାଣି ଅସଂଖ୍ୟ ପୀରତି ବନ।


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract